ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରର ୨.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ସଂସଦରେ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଚଳିତ ନିର୍ବାଚନ ଦେଶକୁ ନୂଆ ଦିଗ ଦେଖାଇଛି । ଦେଶବାସୀ ଦେଶକୁ ପ୍ରାଥମିକତା ଦେଇଛନ୍ତି ।ଦେଶର ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ସରକାର ବଡ ରିହାତିର ଘୋଷଣା କରିଛନ୍ତି । ଯେଉଁମାନେ ଘର କିଣିବାକୁ ଚାହୁଁଛନ୍ତି ସେମାନଙ୍କପାଇଁ ଭଲ ଖବର।
ନୂଆ ବଜେଟରେ ଘୋଷଣା କରାଯାଇଛି ଯେ ସରକାର ଏବେ ୪୫ ଲକ୍ଷ ଟଙ୍କା ଘର କିଣିବା ଉପରେ ଅତିରିକ୍ତ ୧.୫ ଲକ୍ଷ ରିହାତି ଦେଇଛନ୍ତି । ପୂର୍ବରୁ ଘର କିଣିବା ଉପରେ ମାତ୍ର ୨ ଲକ୍ଷ ଟଙ୍କା ଯାଏଁ ଏହି ରିହାତି ଥିଲା । ଏବେ ଏହା ସାଢେ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି ।
ଘର ବିକ୍ରି କରି ଷ୍ଟାର୍ଟଅପରେ ନିବେଶ କଲେ ବି ସରକାର କର ଛାଡ଼ କରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।