ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଆଜି ଏକ ଘ ଭୟଙ୍କର ବିସ୍ଫୋରଣରେ ଧ୍ବସ୍ତ ହେବା ସହ ୪ ଜଣଙ୍କ ମୃ୍ତ୍ୟୁ ଘଟିଛି। ଏକ ଚାଷଜମିର ମଧ୍ୟଭାଗରେ ଥିବା ଏକ ଘରେ ଆଜି ଅପରାହ୍ନରେ ଏକ ସିଲିଣ୍ଡର ବିସ୍ଫୋରଣ ହେବାଫଳରେ ଘରଟି ଧୂଳିସାତ ହୋଇଯାଇଛି। ଖବର ପାଇ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ସ୍ଥାନୀୟ ଲୋକେ ମଧ୍ୟ ପୁଲିସକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ପୁଲିସ ଏଯାବତ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ସମସ୍ତ ମୃତକ ଏହି ଘରେ ଭଡ଼ାରେ ରହୁଥିଲେ। ଏସଏସପି ଶ୍ଳୋକ କୁମାର କହିଛନ୍ତି, କୋତୱାଲି ନଗର ଅଞ୍ଚଳର ନୟାଗାଓଁରେ ଏହି ଘଟଣା ଘଟିଛି। ଉକ୍ତ ଘରୁ କିଛି ସିଲିଣ୍ଡର ମିଳିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଜାଣିବାପାଇଁ ଏକ ଫରେନସିକ୍ ଟିମ୍କୁ ମଧ୍ୟ ଡକାଯାଇଛି। ଜିଲ୍ଲାପାଳ ଚନ୍ଦ୍ର ପ୍ରକାଶ ସିଂହ କହିଛନ୍ତି, ଘଟଣାସ୍ଥଳରୁ କିଛି ସିଲିଣ୍ଡର ଏବଂ ଡ୍ରମ୍ ମିଳିଛି। ବିସ୍ଫୋରଣର କାରଣ କ’ଣ ଜାଣିବାପାଇଁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।
ସିଲିଣ୍ଡର ବିସ୍ଫୋରଣରେ ଘର ଧ୍ବସ୍ତ, ୪ ମୃତ
/sambad/media/post_attachments/wp-content/uploads/2023/04/4sfh65hfshfshfshsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)