ଇମ୍ଫାଲ: ମଣିପୁରର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ଆରମ୍ଭ ହୋଇଥିବାର ଖବର ଆସିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ଅଗ୍ନିକାଣ୍ଡ ଯୋଗୁଁ ସୋମବାର ଅନେକ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ରାଜଧାନୀ ଇମ୍ଫାଲର ନ୍ୟୁ ଚେକାନ୍ ଅଞ୍ଚଳରେ ଥିବା ଏକ ସ୍ଥାନୀୟ ବଜାରରେ ଜାଗାକୁ ନେଇ ମୈତଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଝଗଡା ହୋଇଥିଲା। ଝଗଡ଼ା ବଢ଼ିବାରୁ ଲୋକେ କିଛି ଖାଲି ଘରେ ନିଆଁ ଲଗାଇ ଦେଇଥିଲେ। ଏବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ କରାଯାଇଥିବା ଜଣାଯାଇଛି।

Advertisment

ମୈତଇ ସଂରକ୍ଷଣ ବିବାଦକୁ ନେଇ ମଣିପୁରରେ କିଛି ଦିନ ତଳେ ହିଂସା ହୋଇଥିଲା। ହେଲେ ଗତ କିଛି ଦିନ ହେବ ହିଂସା ହୋଇନଥିବା ବେଳେ ସୋମବାର ପୁଣି ହିଂସା ଆରମ୍ଭ ହୋଇଛି। ଦଙ୍ଗାକାରୀମାନେ ଏଠାରେ ଅନେକ ଘରେ ନିଆଁ ଲଗାଇ ଦେଇଥିବା ସାମ୍ନାକୁ ଆସିଛି। ମେ’ ୧୫ସୁଦ୍ଧା ହିଂସାରେ ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି।

मणिपुर में फिर भड़की हिंसा, इंफाल में कई जगहों पर आगजनी के बाद कर्फ्यू ndtv

ଏହାପୂର୍ବରୁ ମେ’ ୩ରେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ତୋରବଙ୍ଗ ଅଞ୍ଚଳରେ ହିଂସା ଆରମ୍ଭ ହୋଇଥିଲା। ମେ’ ୪ରେ, ଏଠାରେ ସ୍ଥିତି ଅନିୟନ୍ତ୍ରିତ ହେବାରୁ ଦଙ୍ଗାକାରୀଙ୍କୁ ଦେଖିବା ମ‌ାତ୍ରେ ଗୁଳି ଚଳାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସୁରକ୍ଷା ପାଇଁ ସେନାକୁ ମଧ୍ୟ ଡକାଯାଇଥିଲା। ଏହା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ସୋମବାର ପୁଣି ହିଂସା ଆରମ୍ଭ ହୋଇଛି। ଏନେଇ ଇଣ୍ଟରନେଟ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଆହୁରି ୫ଦିନ ଯାଏ ବଢ଼ାଇ ଦିଆଯାଇଛି।