୧୭ ବର୍ଷ ତଳେ ଆଜି ଦିନରେ ଘଟିଥିବା ଏହି ଘଟଣା  ଭାରତର ଭାଗ୍ୟ ବଦଳାଇଦେଇଥିଲା

ଭୁବନେଶ୍ୱର :  ଆଜି ହେଉଛି ସେପ୍ଟେମ୍ବର ୧୧ । ପ୍ରାୟ ୭ ବର୍ଷ ପୂର୍ବେ ଅର୍ଥାତ ୯ ସେପ୍ଟେମ୍ବର ୨୦୦୧ରେ, ଆମେରିକାର ନ୍ୟୁୟର୍କରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ବିଶ୍ୱ ଇତିହାସର ମୋଡ ବଦଳେଇ ଦେଇଥିଲା । ଆତଙ୍କବାଦକୁ ଏକ ନୂତନ ଦୃଷ୍ଟିରେ ଦେଖିବା ଆରମ୍ଭ କରିଥିଲା ବିଶ୍ୱ । ସେ ପର୍ଯ୍ୟନ୍ତ ଆତଙ୍କବାଦର ଭୟାବହତାକୁ ସିଧାସଳଖ ଅନୁଭବ କରିନଥିବା ଆମେରିକା ପ୍ରଥମ ଥର ପାଇଁ ଏହାର ସମ୍ମୁଖୀନ ହୋଇଥିଲା । ଏହି ଆକ୍ରମଣ ପରେ ଆମେରିକା ଆରମ୍ଭ କରିଥିବା ଆତଙ୍କବାଦୀ ବିରୋଧୀ ଆକ୍ରମଣ ଆଜି ପର୍ଯ୍ୟନ୍ତ ଚାଲିଛି । ଏହି ଯୁଦ୍ଧରେ ଆଫଗାନିସ୍ତାନଠାରୁ ଆରମ୍ଭ କରି ଇରାକ, ଲିବ୍ୟା, ସିରିୟା ପର୍ଯ୍ୟନ୍ତ ଦେଶ ଛାରଖାର ହୋଇଗଲେ । କିନ୍ତୁ ବୋଧହୁଏ ଆମେରିକା ଉପରେ ୯-୧୧ ଆକ୍ରମଣ ଯୋଗୁଁ ଭାରତ ଲାଭରେ ରହିଛି । କାରଣ ସମଗ୍ର ବିଶ୍ୱ ଭାରତର କଥା ଶୁଣିବାକୁ ଆରମ୍ଭ କଲା । ଭାରତ ବହୁ ପୂର୍ବରୁ ଆତଙ୍କବାଦ ସହ ଲଢି ଆସିଥିବାବେଳେ ପ୍ରଥମ ଥର ପାଇଁ ବିଶ୍ୱଜନମତ ଭାରତ ସପକ୍ଷକୁ ଆସିଲା । ଆହୁରି ମଧ୍ୟ ଆମେରିକାର ଏହି ଆତଙ୍କବାଦ ବିରୋଧୀ ଯୁଦ୍ଧରେ ପାକିସ୍ତାନ ପ୍ରଥମେ ଆମେରିକାର ସହଯୋଗୀ ଥିବାବେଳେ ଏବେ ଆମେରିକା ପାକିସ୍ତାନର ଅସଲି ଚେହେରାକୁ ଧରି ପାରିଛି ।  ଆମେରିକା ଏବେ ପାକିସ୍ତାନକୁ ଛାଡି ଭାରତକୁ ନିଜର ପ୍ରମୁଖ ସାମରିକ ସହଯୋଗୀର ମାନ୍ୟତା ଦେଇଛି । ଭାରତକୁ ନାଟୋ ସଦସ୍ୟ ପରି ସମାନ ମାନ୍ୟତା ମିଳିଛି । ଏଣୁ କହିବାକୁ ଗଲେ ୯-୧୧ ଆକ୍ରମଣ ହିଁ ଭାରତ ପାଇଁ  ହିତକର ସାବ୍ୟସ୍ତ ହୋଇଛି ।

ସମ୍ବନ୍ଧିତ ଖବର