ମୁମ୍ବାଇ: ଗତକାଲି ସଂଧ୍ୟାରେ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିଛି ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡର୍‌। ଆପଣ ଜାଣନ୍ତି କି ଅବତରଣ ପୂର୍ବରୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ଭୂମିକା ରହିଥିଲା ଗୁରୁତ୍ବପୂର୍ଣ୍ଣ। ଲ୍ୟାଣ୍ଡର୍‌ ଅବତରଣ କରିବାର ୧୭ ମିନିଟ୍‌ ପୂର୍ବରୁ ଏଆଇ ତା’ର କାମ ଆରମ୍ଭ କରି ଦେଇଥିଲା।

Advertisment

୪୦ ଦିନର ଦୀର୍ଘ ଯାତ୍ରାକୁ ଶେଷ କରି ‘ଚନ୍ଦ୍ରଯାନ-୩’ ଶେଷର ସଫଳତା ହାସଲ କରିଛି। ହେଲେ ତାହାର ସୁରକ୍ଷିତ ଅବତର‌ଣରେ ଏଆଇର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଅବତରଣର ଠିକ୍‌ ପୂର୍ବ ୧୭ ମିନିଟ୍‌କୁ ‘ଆତଙ୍କର ୧୭ ମିନିଟ୍‌’ ବୋଲି କୁହାଯାଉଥିଲା। କାରଣ ‘ଚନ୍ଦ୍ରଯାନ-୨’ ସମୟରେ ଶେଷ ୧୭ ମିନିଟ୍‌ରେ ହିଁ ମିସନ ଫେଲ୍‌ ହୋଇ ଯାଇଥିଲା।

ଏହି ୧୭ ମିନିଟ୍‌ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରଯାନକୁ କିଛି ବି କମାଣ୍ଡ ଦେଇନଥାଏ। ଏହି ସମୟରେ କିଛି ବି ଆବଶ୍ୟକତା ପଡ଼ିଥାଏ ତ ସେ ସମସ୍ତ କାମ ଯାନର ଏଆଇ କରିଥାଏ। ଅବତରଣ ରାସ୍ତାରେ କୌଣସି ବିଘ୍ନ ଅଛି କି ନାହିଁ, ତାହାକୁ କିପରି ସୁରକ୍ଷିତ ଭାବେ ଅବତରଣ କରାଯିବ ସେ ସବୁ କାମ ଏଆଇ ଦ୍ବାରା ସଂପାଦିତ ହୋଇଛି।

ଏଆଇ ଦ୍ବାରା ହେଉଥିବା ସେ ସମସ୍ତ କାର୍ଯ୍ୟକୁ ‘ଚନ୍ଦ୍ରଯାନ-୩’ ଟିମ୍‌ର ସଦସ୍ୟମାନେ କେବଳ ତୀକ୍ଷ୍ମ ନଜର ରଖିଥିଲେ। ଇସ୍ରୋ ପୂର୍ବରୁ ହିଁ ଏ ସଂପର୍କରେ ସୂଚନା ଦେଇଥିଲା ଅବତରଣ ପୂର୍ବରୁ ଲ୍ୟାଣ୍ଡର୍‌କୁ ଏଆଇ ହିଁ ନିୟନ୍ତ୍ରଣ କରିବ।

ଭାରତର ତୃତୀୟ ଚନ୍ଦ୍ର ମିସନ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରି ଇତିହାସ ସୃଷ୍ଟି କରିଛି। ସମସ୍ତେ ଏହାର ସଫଳତାକୁ ନେଇ ଆହ୍ଲାଦିତ ଓ ପ୍ରଶଂସାମୁଖର ହୋଇଛନ୍ତି।