କିପରି ଜଣେ ଅଟୋ ଚାଳକଙ୍କ ପୁଅ ହେଲେ ଭାରତର କନିଷ୍ଠ ଆଇଏଏସ୍‌ ଅଧିକାରୀ?

ଯଦି ଆପଣ କେବେ ତାଙ୍କ ବତ୍କତା ଶୁଣିଥିବେ ତେବେ ନିଶ୍ଚୟ ଏକଥା ଜାଣିଥିବେ ଯେ ସେ ସବୁବେଳେ କହନ୍ତି କି ତାଙ୍କ ପରିବାରକୁ ସେ ଶିକ୍ଷାର ଶକ୍ତି ବିଷୟରେ ଜଣାଇବାକୁ ଉଦ୍ୟମରତ। ଆଜି ଆମେ କଥା ହେଉଛେ ମହାରାଷ୍ଟ୍ରର ଜଲନା ଜିଲ୍ଳାସ୍ଥିତ ସେଲଗାଓଁର ଅନ୍‌ସର୍‌ ସୈଖଙ୍କ ବିଷୟରେ। ସେ ହେଉନ୍ତି ଜଣେ ମଦ୍ୟପ ଆଟୋ ଚାଳକଙ୍କ ପୁଅ। ତାଙ୍କ ବାପା ୩ ଜଣଙ୍କୁ ବିବାହ କରିଥିବା ବେଳେ ଅନ୍‌ସର ହେଉଛନ୍ତି ଦ୍ୱିତୀୟ ପତ୍ନୀଙ୍କ ପୁଅ, ଯିଏକି ତାଙ୍କ ପାରିବାର ପ୍ରଥମ ଗ୍ରାଜୁଏଟ୍‌।

ମୋଟାମୋଟୀ କହିବାକୁ ଗଲେ ସେ ଏକ ଅଣଉନ୍ନତ ପରିବାରର ପୁଅ। ଅନ୍‌ସରଙ୍କ ଭଉଣୀ ୧୫ ବର୍ଷ ବୟସରେ ବିବାହ କରିଥିବା ବେଳେ ତାଙ୍କ ଭାଇ ଷଷ୍ଠ ଶ୍ରେଣୀରୁ ସ୍କୁଲ୍‌ ଯିବା ବନ୍ଦ କରି ଦେଇଥିଲେ। ସେହି ପରିବାର ପୁଅ ହୋଇ ୨୧ ବର୍ଷ ବୟସରେ ଅନ୍‌ସର୍‌ ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିସନ୍‌-୨୦୧୬ରେ ସର୍ବଭାରତୀୟ ସ୍ତରରେ ୩୬୧ ର‍୍ୟାଙ୍କ୍‌ରେ ରହି ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏପରି ଏକ ବିରାଟ ସଫଳତା ପାଇବା ପରେ ଅନସର୍‌ କହନ୍ତି, ‘ଅନେକ ସମୟରେ ମୋ ସଂପର୍କୀୟମାନେ ଆସି ମୋ ଘର ଲୋକଙ୍କୁ କହନ୍ତି କି ଅଭାବ ମଧ୍ୟରେ ମୋତେ ପାଠ ପଢ଼ାଇବାର କୌଣସି ଆବଶ୍ୟକତା ନାହିଁ। ମୁଁ ଚତୁର୍ଥ ଶ୍ରେଣୀରେ ଥିବା ବେଳେ ମୋ ବାପାମାଆ ଶିକ୍ଷକଙ୍କୁ କହି ମୋ ପଢ଼ା ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ। ମାତ୍ର ମୋ ଶିକ୍ଷକ ସେମାନଙ୍କୁ ବୁଝାଇଥିଲେ ବି ତୁମ ପୁଅ ପାଇଁ ଏକ ଉତ୍ତମ ଭବିଷ୍ୟତ ଅପେକ୍ଷା କରିଛି। ତାଙ୍କ ଉପରେ ଅର୍ଥ ବିନିଯୋଗ କର। ତୁମେ କେବେ ବି ପଶ୍ଚାତାପ କରିବ ନାହିଁ। ସେ ସବୁ ଫେରାଇ ଦେବ ସମୟ ଆସିଲେ। ମୋର ନିରକ୍ଷର ବାପାମାଆଙ୍କ ଉପରେ ଶିକ୍ଷକଙ୍କ କଥାର ପ୍ରଭାବ ପଡ଼ିଲା।’

ପରିବାର ଲୋକ ଅନସର୍‌ଙ୍କ ଦକ୍ଷତା ପାଇଁ ତାଙ୍କୁ ପଢ଼ିବାକୁ ସୁଯୋଗ ଦେଲେ। ସେ ଦ୍ୱାଦଶ ପରୀକ୍ଷାରେ ୯୧ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ। ଦ୍ୱାଦଶ ପର୍ଯ୍ୟନ୍ତ ସେ ମରାଠୀ ମାଧ୍ୟମିକ ସ୍କୁଲ୍‌ରେ ପଢ଼ିବା ପରେ ରାଜନୀତିରେ ସ୍ନାତକ କରିବା ପାଇଁ ପୁନେ ଗଲେ। ସେ ସମୟରେ ତାଙ୍କ ବାପା କିଛି ଟଙ୍କା ଦେଉଥିବା ବେଳେ ତାଙ୍କ ଭାଇ ନିଜର ରୋଜଗାର ସମସ୍ତ ଅର୍ଥ ଅଥାତ, ମାସକୁ ୬ ହଜାର ଟଙ୍କା ଅନ୍‌ସରଙ୍କ ଆକାଉଣ୍ଟ୍‌ରେ ଜମା କରି ଦେଉଥିଲେ।

ସେ ତାଙ୍କର ଦୁଃଖ ଦିନ ମନେ ପକାଇ କହନ୍ତି ଯେ କଲେଜରେ ପଢୁଥିବା ବେଳେ ୨୦୧୨ ମସିହାରେ ତାଙ୍କ ପାଖରେ ହଳେ ଚପଲ ଓ ୨ଟି ସାର୍ଟ ଥିଲା। ସେ ଇଂରାଜୀ ଭଲ ଭାବେ କହି ପାରୁନଥିବାରୁ ପଢ଼ିବାକୁ ଅସୁବିଧା ହୋଇଥିଲା। ମାତ୍ର ସେ ହାରି ନଯାଇ ନିଜର ସ୍ୱପ୍ନ ପଛରେ ଧାଇଁଥଇଲେ। ଶେଷରେ ସେ ଆଉଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ସ୍ୱପ୍ନର ନିକଟତର ହୋଇ ପାରିଛନ୍ତି।

ସମ୍ବନ୍ଧିତ ଖବର