ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ରାତାରାତି କେମିତି ବଦଳିଲା ? ଏଥି ନେଇ କ’ଣ ପୂର୍ବରୁ ରଣନୀତି ପ୍ରସ୍ତୁତ ହୋଇଥିଲା ? ଗତ ସପ୍ତାହରେ ମୋଦୀ-ପାୱାର ବୈଠକରେ କ’ଣ ସରକାର ଗଠନ ପାଇଁ ବାଟ ଫିଟିଥିଲା କି ବୋଲି ଏବେ ପ୍ରଶ୍ନ ଉଠୁଛି। ଗତରାତିରେ ଲୋକେ ଟିଭି ଚ୍ୟାନେଲ୍ ବନ୍ଦ କରିବା ପୁର୍ବରୁ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ପାଇଥିଲେ। କିନ୍ତୁ ସକାଳର ଖବର ସମସ୍ତଙ୍କୁ ଚମକାଇ ଦେଇଛି। ଏହା ଏକ ରାତି ଅଧିଆ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏବଂ ଅଜିତ୍ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ବୁଧବାର ଦିନ ଏନ୍ସିପି ସୁପ୍ରିମୋ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। କୃଷି ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଇଥିଲ। କିନ୍ତୁ ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଗତ ସୋମବାର ଦିନ ମଧ୍ୟ ମୋଦୀ ରାଜ୍ୟସଭାରେ ଏନ୍ସିପି ଏବଂ ବିଜେଡିକୁ ପ୍ରଶଂସା କରିଥିଲେ। ବୁଧବାର ଦିନ ପାୱାର ଏବଂ ମୋଦୀ ବୈଠକ ପରେ ଅମିତ ଶାହ ମଧ୍ୟ ମୋଦୀଙ୍କ ସହ ପୃଥକ୍ ବୈଠକ କରିଥିଲେ। ବୈଠକରେ କ’ଣ ଆଲୋଚନା ହୋଇଥିଲା ତାହା ଜଣାପଡ଼ି ନାହିଁ। କିନ୍ତୁ ଏହି ବୈଠକରେ ହିଁ ମହାରାଷ୍ଟ୍ର ସରକାର ଗଠନ ପାଇଁ ନିଷ୍କର୍ସ ବାହାରିଥିଲା ଏବଂ ମୋଦୀ ଓ ପାୱାରଙ୍କ ମଧ୍ୟରେ କିଛି ବୁଝାମଣା ହୋଇଥିଲା ବୋଲି କୁହାଯାଉଛି।
ଗତକାଲି ସନ୍ଧ୍ୟାରେ ଏନ୍ସିପି, ଶିବସେନା ଏବଂ କଂଗ୍ରେସ ନେତାମାନଙ୍କର ବୈଠକ ଚାଲିଥିବାବେଳେ ଏନ୍ସିପି ନେତା ଅଜିତ ପାୱାରଙ୍କ ପାଖରେ ନବ ନିର୍ବାଚିତ ବିଧାୟକଙ୍କ ସମର୍ଥନ ପତ୍ର ଥିଲା। ଅଜିତ ପାୱାର ଏହି ସମର୍ଥନ ପତ୍ର ବଳରେ ରାଜ୍ୟପାଳଙ୍କୁ ବୁଝାଇବାକୁ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/dagsd65g4sda98g74da98g4da65g4da65g4da65g4da.jpg)