ଅଦାଲତର ନିର୍ଦ୍ଦେଶକୁ ପ୍ରଶଂସା କରି ଚିଠି ଲେଖିଥିଲା କୁନି ଝିଅ, ଏଭଳି ପ୍ରତିକ୍ରିୟା ରଖିଲେ ପ୍ରଧାନ ବିଚାରପତି ଏନ୍‌.ଭି. ରମଣା

ନୂଆଦିଲ୍ଲୀ: ଚର୍ଚ୍ଚାରେ କେରଳର କୁନି ଝିଅ ଲିଡୱିନା ଜୋସେଫ୍ | ସୁପ୍ରିମକୋର୍ଟର ରାୟକୁ ପ୍ରଶଂସା କରି ସେ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠି ଏବେ ଚର୍ଚ୍ଚାରେ | କୁନି ଲିଡୱିନାର ଚିଠି ପାଇ ଖୁସି ହେବା ସହ ତାଙ୍କୁ ପ୍ରଧାନ ବିଚାରପତି ଏନ୍‌.ଭି. ରମଣା ଉପହାର ମଧ୍ୟ ଦେଇଥିବା ଜଣାପଡିଛି | ଚିଠିରେ ଦେଶରେ ଅମ୍ଳଜାନ ଅଭାବ ସମୟରେ ଯୋଗାଣ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନିଜ ଅନ୍ଦାଜରେ ପ୍ରଶଂସା କରିବା ସହ କୁନି ଝିଅ ତାଙ୍କୁ ଧନ୍ୟବାଦ ଜଣାଇଥିଲା।

In letter to CJI, class 5 girl hails SC's steps against Covid, gets a reply  : The Tribune India
The Tribune

କୁନି ଝିଅର ଚିଠି ପାଇ ବିଚାରପତି ଏନ୍‌.ଭି. ରମଣା ନିଜ ଖୁସି ବ୍ୟକ୍ତ କରିବା ସହ ଲିଡୱିନାକୁ ଚିଠି ଲେଖିଥିବା ଜଣାପଡିଛି | ଚିଠିରେ ଲେଖାଯାଇଛି ଯେ, “ମୋର ପ୍ରିୟ ଲିଡୱିନା, କାର୍ଯ୍ୟକ୍ଷେତ୍ରରେ ବିଚାରପତିଙ୍କ ହୃଦୟସ୍ପର୍ଶୀ ଚିତ୍ର ସହିତ ମୁଁ ତୁମର ସୁନ୍ଦର ଚିଠି ପାଇଛି | ତୁମେ ଦେଶରେ ଘଟୁଥିବା ଘଟଣାଗୁଡ଼ିକ ଉପରେ ନଜର ରଖିବା ଏବଂ ମହାମାରୀ ପରେ ଲୋକଙ୍କ କଲ୍ୟାଣ ପାଇଁ ତୁମେ ଯେଉଁ ଚିନ୍ତାଧାରା ପ୍ରଦର୍ଶନ କରିଛ, ତାହା ଦେଖି ମୁଁ ପ୍ରକୃତରେ ପ୍ରଭାବିତ ହୋଇଛି | ମୁଁ ନିଶ୍ଚିତ ଯେ ତୁମେ ଆଗକୁ ଏକ ସଚେତନ ଏବଂ ଦାୟିତ୍ୱବାନ ନାଗରିକ ହେବ, ଯାହାର ଦେଶ ନିର୍ମାଣ ଦିଗରେ ବିପୁଳ ଅବଦାନ ରହିବ |

ସମ୍ବନ୍ଧିତ ଖବର