ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସିଭିଲ୍ ଲାଇନ୍ସ ବାସଭବନରେ ଜନଶୁଣାଣି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମୋ ଆଖି ସାମ୍ନାରେ ଘଟିଛି ଏ ଘଟଣା। ଅଭିଯୁକ୍ତ ବ୍ୟକ୍ତି ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ।
#WATCH | Attack on Delhi CM Rekha Gupta during Jan Sunvai | Anjali, who was present at the spot, says, "This is wrong. Everyone has the right to Jan Sunvai. If an imposter can slap her, this is a big deal...I was there...The person was speaking and he suddenly slapped. Police… pic.twitter.com/fsQCY8Jl0P
— ANI (@ANI) August 20, 2025
ଯାହାକୁ ରେଖା ଗୁପ୍ତା ଧ୍ୟାନର ସହିତ ଶୁଣୁଥିଲେ। ଠିକ ଏତିକି ବେଳେ ଅଭିଯୁକ୍ତ ଜଣକ ରେଖା ଗୁପ୍ତାଙ୍କ ହାତକୁ ଟାଣିଆଣି ଚାପୁଡ଼ା ମାରିଥିଲା। ଏହି ଘଟଣାପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ସଙ୍ଗେସଙ୍ଗେ ସୁରକ୍ଷା କର୍ମୀମାନେ ଅଭିଯୁକ୍ତକୁ କାବୁ କରି ଘଟଣାସ୍ଥଳରୁ ନେଇଯାଇଥିଲେ।