ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଛାଡ଼ି ବାୟୁ ପ୍ରଦୂଷଣ ପାଇଁ ସ୍ଥାୟୀ ସମାଧାନ ବାହାର କରନ୍ତୁ ଦିଲ୍ଲୀ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ଦିଲ୍ଲୀବାସୀ ଓ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରି ନାହିଁ। ପୂର୍ବରୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଯୁଗ୍ମ-ଅଯୁଗ୍ମ ନିୟମ ଆପଣାଇଥିବା ବେଳେ ଏବେ ତାହା ମଧ୍ୟ କିଛି ଖାସ୍ ପ୍ରଭାବ ପକାଉ ନଥିବା ଦେଖାଯାଉଛି। ବର୍ତ୍ତମାନର ପରିସ୍ଥିତି ଦେଖି ଲୋକେ କିଭଳି ନିଶ୍ବାସ ନେବେ ବୋଲି ପ୍ରଶ୍ନ କରିବା ସହ ସ୍ଥାୟୀ ସମାଧାନ କାଢ଼ିବା ପାଇଁ ଶୁକ୍ରବାର ଦିଲ୍ଲୀ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ଦିଲ୍ଲୀର ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଲାଣି। ଯୁଗ୍ମ-ଅଯୁଗ୍ମ ନିୟମ ଛାଡ଼ି ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏବେ କିଛି ସ୍ଥାୟୀ ସମାଧାନ ବାହାର କରିବା ଦରକାର। ଏହା ସହ ଦିଲ୍ଲୀରେ ବାୟୁ ବିଶୁଦ୍ଧ କରୁଥିବା ଟାୱାର ଲଗାଇବା ପାଇଁ କେନ୍ଦ୍ରକୁ ରାସ୍ତାର ମାନଚିତ୍ର ତିଆରି କରିବା ପାଇଁ ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ।

zeenews.india.com

ସୂଚନା ମୁତାବକ,  ଯୁଗ୍ମ-ଅଯୁଗ୍ମ ନିୟମ ଦ୍ବାରା ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଛି କି ନାହିଁ, ସେ ବିଷୟରେ କେଜ୍ରିୱାଲ ସରକାରଙ୍କଠାରୁ ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ। ଯାହାର ଉତ୍ତରରେ ଦିଲ୍ଲୀ ସରକାର କହିଥିଲେ କି, ଯୁଗ୍ମ-ଅଯୁଗ୍ମ ନିୟମ ଦ୍ବାରା ଦିଲ୍ଲୀର ପ୍ରଦୂଷଣ ୫-୧୫ପ୍ରତିଶତ କମ ହୋଇଛି। ଯଦି ଏହାକୁ ଲୋକେ ଠିକ ଭ‌ାବେ ପାଳନ କରନ୍ତି, ତେବେ ସ୍ଥିତିରେ ଧିରେ ଧିରେ ସୁଧାର ଆସି ପାରିବ।

ସମ୍ବନ୍ଧିତ ଖବର