‘ଚନ୍ଦ୍ରଯାନ-୨’ ମହାକାଶରୁ ପଠାଇଲା କି ପୃଥିବୀର କିଛି ମନଲୋଭା ଫଟୋ ! ଜାଣନ୍ତୁ ଭାଇରାଲ୍ ଫଟୋର ସତ୍ୟତା

ନୂଆଦିଲ୍ଲୀ : ମହାକାଶରୁ କେମିତି ଦେଖାଯାଏ ଆମ ପୃଥିବୀ। କେତେ ସୁନ୍ଦର ଆମ ପୃଥିବୀ। ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉତ୍କଣ୍ଠା ରହିଛି। ଆକାଶ ପଥରୁ ପୃଥିବୀର ଅନେକ ଫଟୋ ମଧ୍ୟ ଇଣ୍ଟରନେଟରେ ଉପଲବ୍ଧ ଅଛି। ଏବେ ଏମିତି କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି, ଯାହା ସଜସଜ ଭାରତ ଚନ୍ଦ୍ରକୁ ପଠାଇଥିବା ‘ଚନ୍ଦ୍ରଯାନ-୨’ ଫଟୋ ପଠାଇଛି ବୋଲି ଚର୍ଚ୍ଚା ହେଉଛି । ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ, ବାସ୍ତବରେ କ’ଣ ମହାକାଶରୁ ପୃଥିବୀ ଏମିତି ଦେଖାଯାଏ? ମାତ୍ର ଅସଲରେ ଫଟୋ ଗୁଡିକ ପୁରୁଣା ଫଟୋ ବୋଲି ଜଣାପଡ଼ିଛି ।

କୁହାଯାଉଛି, ଆମେରିକା ଉପରେ ଚନ୍ଦ୍ରଯାନ-୨ ଉଡୁଥିବା ବେଳେ ଏହି ଫଟୋଟି ଉଠାଯାଇଛି। ଯେଉଁଥିରେ ପୃଥିବୀର ନିମ୍ନ ପାଶ୍ୱର୍ରେ ସୂର୍ଯ୍ୟର ରଶ୍ମୀ ପଡୁଥିବା ବେଳେ ଏହା ପୂରା ଲାଲ ଦେଖାଯାଉଛି।

ଏହା ସେହି ସମୟର ଫଟୋ ଯେତେବେଳେ କଳା ଓ ଧଳା ବାଦଲ ମଧ୍ୟରେ ପୃଥିବୀ ଲୁଚି ରହିଛି।

ଏହି ଫଟୋରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀକୁ ଏକାସଙ୍ଗରେ ଦେଖିବାକୁ ମିଳିଛି । ଯେଉଁଥିରେ ପୃଥିବୀର ଗୋଟିଏ କୋଣରେ ଜହ୍ନ ଚମକୁଥିବା ବେଳେ ଅନ୍ୟ କୋଣରେ ସୂର୍ଯ୍ୟଙ୍କର ଝଲକ ଦେଖିବାକୁ ମିଳିଛି ।

ଏହି ଫଟୋରେ ନିମ୍ନପାଶ୍ୱର୍ରେ ଭାରତର ମାନଚିତ୍ର ଦେଖିବାକୁ ମିଳୁଥିବା ବେଳେ ଉପରପାଶ୍ୱର୍ରେ ସୂର୍ଯ୍ୟର ରଶ୍ମି ଦେଖିବାକୁ ମିଳୁଛି ।

ଏହି ଫଟୋରେ ପୃଥିବୀର କୌଣସି କୋଣରେ ଆଗ୍ନେୟଗିରି ଉଦଗୀରଣ ହେଉଥିବାର ଦେଖିବାକୁ ମିଳିଛି । ଆଉ ଏହି ସ୍ଥାନକୁ ପୃଥିବୀର ହଟସ୍ପଟ୍ ମଧ୍ୟ କୁହାଯାଏ।

ଏ ହେଉଛି ସେହି ଆଗ୍ନେୟଗିରି ଉଦଗିରଣ ସ୍ଥାନ।  କିନ୍ତୁ ଏହି ଫଟୋ ଗୁଡିକ ପୁରୁଣା ଫଟୋ ବୋଲି ଜଣାପଡିଛି । ଯାହାକୁ ଚନ୍ଦ୍ରଯାନ-୨ ସହ ଯୋଡାଯାଉଛି । ଚନ୍ଦ୍ରଯାନ-୨ ପୃଥିବୀର ଅନ୍ୟ ଏକ କକ୍ଷରେ ପ୍ରବେଶ କରି ସାରିଛି । ଏହାସହ ଏହି ଯାନ ଚନ୍ଦ୍ରର ଯେତିକି ନିକଟବର୍ତ୍ତୀ ହେବ ସେତିକି ରହସ୍ୟ ଉପରୁ ପରଦା ହଟିବ ।

ସମ୍ବନ୍ଧିତ ଖବର