ନୂଆଦିଲ୍ଲୀ: ଆସନ୍ତା ବୁଧବାରଦିନ ଋଷିଆର ଭ୍ଲାଡିଭୋସ୍ତକଠାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇଦେଶ ମଧ୍ୟରେ ଗତ ୨୦ ବର୍ଷ ଧରି ଅନୁଷ୍ଠିତ ହେଉଥିବା ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ଅବସରରେ ଏହି ଭେଟ ହେବ । ଏହି ଅବସରରେ ପୁଟିନ ମୋଦୀଙ୍କ ସମ୍ମାନାର୍ଥେ ଏକ ରାତ୍ର ଭୋଜନର ବ୍ୟବସ୍ଥା କରିଛନ୍ତି । ତେବେ ଆପଣ ଜାଣନ୍ତି କି ମୋଦୀ ଓ ପୁଟିନଙ୍କ ବୟସ ୬୦ ଟପିଥିଲେ ବି କିଭଳି ଦୁଇ ଜଣ ଫିଟ ଅଛନ୍ତି |
/sambad/media/post_attachments/wp-content/uploads/2019/09/Narendra-Modi-performing-Yoga-5-300x178.jpg)
ମୋଦୀଙ୍କର ବୟସ ୬୮ ବର୍ଷ ହୋଇଥିବାବେଳେ ପୁଟିନଙ୍କ ବୟସ ହେଉଛି ୬୬ ବର୍ଷ | ମୋଦୀ ଦିନ ଯାକ ଯେତେ ପରିଶ୍ରମ କଲେ ବି ଭୋର ୪ଟାରୁ ୫ଟା ମଧ୍ୟ ଶଯ୍ୟାତ୍ୟାଗ କରନ୍ତି | ଏହାପରେ ମୋଦୀ ଯୋଗ ଓ ପ୍ରାଣାୟମ କରିଥାନ୍ତି | ସୂର୍ଯ୍ୟ ନମସ୍କାର ଓ ଯୋଗାସନ ଦ୍ୱାରା ମୋଦୀଙ୍କୁ ସୁସ୍ଥ ଶରୀର ମିଳିଥାଏ | ସେହିପରି ପ୍ରତିଦିନ ସକାଳେ ଖାଲି ପାଦରେ ମୋଦୀ ଘାସରେ ଚାଲିଥାନ୍ତି | ଠିକ ସେହିପରି ପୁଟିନ ମଧ୍ୟ ଜିମ ଯାଇଥାନ୍ତି | ସେ ପ୍ରତିଦିନ ବ୍ୟାୟାମ କରିବା ସହ ସନ୍ତରଣ କରିଥାନ୍ତି | ପ୍ରତିଦିନ ଦିନକୁ ଦୁଇ ଘଣ୍ଟା ସନ୍ତରଣ କରିବା ସହ ୧ ଘଣ୍ଟା ବ୍ୟାୟାମ କରିଥାନ୍ତି |
/sambad/media/post_attachments/wp-content/uploads/2019/09/Ccza31zBwNfO8XdcZOPJw1sTKIlYQfRJ-300x185.jpg)
ସେହିପରି ମୋଦୀ ସକାଳେ ସନ୍ତୁଳିତ ଜଳଖିଆ ଖାଇଥାନ୍ତି | ଚୁଡା ସହ ଅଦା ଯୁକ୍ତ ଚା ପିଇଥାନ୍ତି ମୋଦୀ | ନିରାମିଷ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ମୋଦୀ ପ୍ରତିଦିନ ଫଳ ଓ ସାଲାଡ଼ ଖାଇଥାନ୍ତି | ମୋଦୀଙ୍କ ଭଳି ପୁଟିନ ମଧ୍ୟ ନିୟମିତ ସକାଳ ଜଳଖିଆ ଖାଇଥାନ୍ତି | ପ୍ରତିଦିନ ଅଣ୍ଡା ସହ ଜୁସ ପିଇବାକୁ ପସନ୍ଦ କରନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/https-_s3-ap-northeast-1.amazonaws.com_psh-ex-ftnikkei-3937bb4_images_4_1_0_5_16065014-1-eng-GB_RTS247P8_2048x1152.jpg)