ନୂଆଦିଲ୍ଲୀ: ମସଜିଦରେ 'ଜୟ ଶ୍ରୀରାମ' ସ୍ଲୋଗାନ ଦେବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଔପଚାରିକ ନୋଟିସ୍ ଜାରି କରିବାକୁ ମନା କରିଦେଇଛନ୍ତି। ତେବେ ଆବେଦନର ନକଲ କର୍ଣ୍ଣାଟକ ସରକାରଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ସୂଚନା ମିଳିବା ପରେ ଜାନୁଆରୀରେ ଏହି ମାମଲାର ଶୁଣାଣି ହେବ।
ଗତ ସେପ୍ଟେମ୍ବର ୧୩ ତାରିଖରେ ବଦରିୟା ଜୁମା ମସଜିଦରେ 'ଜୟ ଶ୍ରୀରାମ' ସ୍ଲୋଗାନ ଦେବା ଅଭିଯୋଗରେ କୀର୍ତ୍ତନ କୁମାର ଓ ସଚିନ କୁମାର ନାମକ ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଥିଲେ।
ଗତ ସେପ୍ଟେମ୍ବର ୧୩ ତାରିଖରେ ବଦରିୟା ଜୁମା ମସଜିଦରେ 'ଜୟ ଶ୍ରୀରାମ' ସ୍ଲୋଗାନ ଦେବା ଅଭିଯୋଗରେ କୀର୍ତ୍ତନ କୁମାର ଓ ସଚିନ କୁମାର ନାମକ ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଥିଲେ। ଉଭୟଙ୍କ ବିରୋଧରେ ଆଇପିସିର ଧାରା ୪୪୭, ୨୯୫ଏ ଏବଂ ୫୦୬ ଅନୁଯାୟୀ ବେଆଇନ ପ୍ରବେଶ, ଉତ୍ତେଜନାମୂଳକ କାର୍ଯ୍ୟ ଏବଂ ପୂଜାସ୍ଥଳରେ ଅପରାଧିକ ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ମସଜିଦର ତତ୍ତ୍ବାବଧାରକ ସୁପ୍ରିମକୋର୍ଟ ଯାଇଛନ୍ତି । ସୋମବାର ମାମଲାର ଶୁଣାଣି ବେଳେ ଜଷ୍ଟିସ ସଂଦୀପ ମେହେଟ୍ଟା ପ୍ରଶ୍ନ କରିଥିଲେ “ ଯଦି ସଂପୃକ୍ତି ବ୍ୟକ୍ତିଦ୍ବୟ ଏକ ନିର୍ଦ୍ଦିଷ୍ଟ ଧାର୍ମିକ ସ୍ଲୋଗାନ ଦେଉଥିଲେ, ତାହା ଅପରାଧ କିପରି ହେଲା ?”
କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର କଡାବା ତାଲୁକାର ହାଇଦର ଅଲ୍ଲୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ମାମଲା ପରିଚାଳନା କରିଥିଲେ। ଏହା ଅନ୍ୟ ଧର୍ମର ଉପାସନା ସ୍ଥଳରେ ଧମକ ଦେବା ଏବଂ ଜୋରଜବରଦସ୍ତ ପ୍ରବେଶ କରିବାର ଏକ ମାମଲା ବୋଲି କାମତ କହିଛନ୍ତି। ଅଭିଯୁକ୍ତମାନେ ସେଠାରେ ନିଜ ଧର୍ମର ସ୍ଲୋଗାନ ଦେଇ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ ବୋଲି ସେ ଯୁକ୍ତି ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/OMu0CJz99dU7LrdsEc6O.jpg)