ଟିକାରୁ କେତେ ଦିନ ସୁରକ୍ଷା, ତାହା ଅନିଶ୍ଚିତ: ବିଶେଷଜ୍ଞ

ନ୍ୟୁୟର୍କ: କୋଭିଡ୍‌ ଟିକାର ପ୍ରଭାବ ଯଦିଓ ଜଣେ ହିତାଧିକାରୀଙ୍କ ଠାରେ ଦିନେ ନା ଦିନେ ଫିକା ହୋଇଯିବ ତେବେ ଏହା କେତେ ଦିନ ଯାଏ କାଏମ୍‌ ରହିବ ସେ ବିଷୟରେ ବିଶେଷଜ୍ଞମାମନେ କିଛି ନିଶ୍ଚିତ କରି କହିପାରୁନାହାନ୍ତି। ଗତ ଶୀତ ଋତୁରେ ଟିକା ନେଇଥିବା ଲୋକଙ୍କ ଠାରେ ରୋଗପ୍ରତିରୋଧକତା ପ୍ରଥମ ଲହର ସଂକ୍ରମଣର ଶେଷ ଯାଏ ବଳବତ୍ତର ରହିବ ଏବଂ ସେତେବେଳକୁ ଟିକାର ଏକ ପରିବର୍ଦ୍ଧକ(ବୁଷ୍ଟର) ମାତ୍ରା ଆସିଯାଇଥିବ ବୋଲି ଆଶା କରାଯାଉଥିଲା। ସୁତରାଂ ନିଜ ଦେହରେ କରୋନାଭୂତାଣୁ ବିରୋଧୀ ଆଣ୍ଟିବଡି ବିକଶିତ ହୋଇପାରିଛି ନା ନାହିଁ ସେଥିପାଇଁ ମଧ୍ୟ ଅନେକ ବ୍ୟସ୍ତ ହୋଇ ନମୁନା ପରୀକ୍ଷା କରିବାକୁ ମନ ବଳାଇଥିଲେ। ମାତ୍ର କୌଣସି କର୍କଟ ପୀଡ଼ିତ କି ରୋଗପ୍ରତିରୋଧକ ପ୍ରଣାଳୀରେ ବ୍ୟତିକ୍ରମ ଦେଖାଦେଇଥିବା ରୋଗୀଙ୍କ କ୍ଷେତ୍ରରେ ତାହା ପରୀକ୍ଷା କରାଇବା ସେତେ ସୁବିଧାଜନକ ନୁହେଁ।

ତେବେ ଏଣିକି ଜଣେ ନିଜ ଶରୀରରେ ଆଣ୍ଟିବଡି ବିକାଶ ସମ୍ପର୍କରେ ଜାଣିବା ପାଇଁ ନମୁନା ପରୀକ୍ଷଣ କରାଇବା ସମ୍ଭବ ବୋଲି ଡାନା-ଫାର୍ବର କର୍କଟ ପ୍ରତିଷ୍ଠାନର ମୁଖ୍ୟ ଭେଷଜ ଅଧିକାରୀ କ୍ରେଗ୍‌ ବନ୍ନେଲ କହିଛନ୍ତି। ଏହି ଖବର ଯେତିକି ସୁଖଦାୟକ ତାଠାରୁ ଅଧିକ ଦୁଃଖଦାୟକ ସୂଚନା ହେଲା ଉକ୍ତ ପରୀକ୍ଷଣରୁ ମିଳିଥିବା ଫଳାଫଳରୁ ସେଭଳି ନିର୍ଦ୍ଦିଷ୍ଟ ଭାବେ ପୂର୍ବାନୁମାନ କରିନପାରିବା ବୋଲି ସେ କହିଛନ୍ତି। ଅବଶ୍ୟ କୌଣସି ବି କୋଭିଡ୍‌ ଟିକା ଅତି କମ୍‌ରେ ୬ ମାସ ଯାଏ ସୁରକ୍ଷା ଯୋଗାଇପାରିବ ବୋଲି ବିଶେଷଜ୍ଞମାନଙ୍କ ମତ। ମାତ୍ର ଏହି ଛଅ ମାସ ପରେ ଏହି ସୁରକ୍ଷା ଆଉ କେତେ ଦିନ ରହିପାରିବ ସେ ସମ୍ପର୍କରେ ଭୂତାଣୁବିଶେଷଜ୍ଞମାନେ ନିରବ।

ସମ୍ବନ୍ଧିତ ଖବର