ୱାସିଂଟନ: ପେଣ୍ଟାଗନର ପୂର୍ବତନ ଅଧିକାରୀ ତଥା ବରିଷ୍ଠ ସାମରିକ ବିଶେଷଜ୍ଞ ମାଇକେଲ୍ ରୁବିନ୍ ନିକଟରେ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରମାଣୁ ବୟାନକୁ ନେଇ ସମାଲୋଚନା କରି କହିଛନ୍ତି ଯେ ଇସଲାମାବାଦ ଏକ ଗୁଣ୍ଡା ରାଷ୍ଟ୍ର ଭଳି ଆଚରଣ କରୁଛି। ସେ ପାକିସ୍ତାନର ବାସ୍ତବ ସାମରିକ ଶାସକଙ୍କୁ ୯/୧୧ ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଓସାମା ବିନ୍ ଲାଡେନ ସହ ତୁଳନା କରି କହିଛନ୍ତି ଯେ ମୁନିରଙ୍କ ସାମ୍ପ୍ରତିକ ମନ୍ତବ୍ୟ ଇସଲାମିକ୍ ଷ୍ଟେଟ୍ଠାରୁ ବିଶ୍ୱ ଶୁଣିଥିବା କଥାକୁ ମନେ ପକାଇଦେଇଛି।
ରୁବିନ୍ କହିଛନ୍ତି, ଆମେରିକା ମାଟିରେ ପାକିସ୍ତାନର ଧମକ କଦାପି ଗ୍ରହଣୀୟ ନୁହେଁ। ପାକିସ୍ତାନର ଧମକ ବିଶ୍ବକୁ ପରମାଣୁ ଭୟ ଦେଖାଇ ଆତଙ୍କବାଦୀ ତତ୍ତ୍ୱମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ହୋଇପାରେ। ଆମେରିକୀୟମାନେ ଆତଙ୍କବାଦକୁ ଅଭିଯୋଗ ଦୃଷ୍ଟିକୋଣରୁ ଦେଖନ୍ତି। ସେମାନେ ଅନେକ ଆତଙ୍କବାଦୀଙ୍କ ଆଦର୍ଶଗତ ଭିତ୍ତିଭୂମି ବୁଝି ପାରୁନାହାନ୍ତି। ଅସୀମ ମୁନିର ଜଣେ ସୁଟ୍ ପିନ୍ଧା ଓସାମା ବିନ୍ ଲାଡେନ୍ ବୋଲି ସେ କହିଛନ୍ତି। ମୁନିରଙ୍କ ମନ୍ତବ୍ୟ ପାକିସ୍ତାନ ଏକ ଦାୟିତ୍ବସମ୍ପନ୍ନ ରାଷ୍ଟ୍ର ନୁହେଁ ବୋଲି ପ୍ରମାଣ କରୁଛି। ଫିଲ୍ଡ ମାର୍ଶାଲଙ୍କ ବୟାନବାଜି ଆତଙ୍କବାଦୀଙ୍କ ବୟାନ ଭଳି ଲାଗୁଛି ବୋଲି ସେ କହିଛନ୍ତି। ଏପରିକି ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ କରିବା ପାଇଁ ଭବିଷ୍ୟତରେ ସାମରିକ ହସ୍ତକ୍ଷେପର ସମ୍ଭାବନା ମଧ୍ୟ ସେ ଉଠାଇଥିଲେ। ରୁବିନଙ୍କ କହିବା ଅନୁଯାୟୀ, ଆମେରିକା ପାକିସ୍ତାନକୁ ଏକ ପ୍ରମୁଖ ଅଣ-ନାଟୋ ସହଯୋଗୀ ଭାବେ ବିବେଚନା କରିବାର କୌଣସି କାରଣ ନାହିଁ। ବରଂ ଏହାକୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଭାବେ ତାଲିକାଭୁକ୍ତ କରାଯିବା ଉଚିତ।
ନିକଟରେ ଅସୀମ ମୁନିର ଧମକ ଦେଇଥିଲେ ଯେ, ପାକିସ୍ତାନ ଏକ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର। ଯଦି ପାକିସ୍ତାନ ପରାଜୟ ସ୍ଥିତିକୁ ଆସେ, ତା’ହେଲେ ଏହା ଅଧା ଦୁନିଆକୁ ଧ୍ବଂସଆଡ଼କୁ ନେଇଯିବ। ଫ୍ଲୋରିଡାର ଟାମ୍ପାଠାରେ ଆମେରିକୀୟ ସାମରିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକରେ ସେ ଏହି ମନ୍ତବ୍ୟ ଦେଇଥିଲେ। ମୁନିରଙ୍କ ପରମାଣୁ ଧମକକୁ ଭାରତ ଆନୁଷ୍ଠାନିକ ଭାବେ ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ପରମାଣୁ ଧମକ ପାକିସ୍ତାନର ‘ଚିରାଚରିତ ଭାଷଣ’ ପାଲଟିଛି ଏବଂ ଏକ ତୃତୀୟ ବନ୍ଧୁଦେଶର ମାଟିରୁ ଏଭଳି ଧମକ ଦିଆଯିବା ଦୁର୍ଭାଗ୍ୟଜନକ।
ଅସୀମ ମୁନିର ‘ସୁଟ୍ ପିନ୍ଧା ଲାଦେନ୍: ଆମେରିକା ପ୍ରତିରକ୍ଷା ବିଶେଷଜ୍ଞ
ପେଣ୍ଟାଗନର ପୂର୍ବତନ ଅଧିକାରୀ ତଥା ବରିଷ୍ଠ ସାମରିକ ବିଶେଷଜ୍ଞ ମାଇକେଲ୍ ରୁବିନ୍ ନିକଟରେ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରମାଣୁ ବୟାନକୁ ନେଇ ସମାଲୋଚନା କରି କହିଛନ୍ତି ଯେ ଇସଲାମାବାଦ ଏକ ଗୁଣ୍ଡା...
/sambad/media/media_files/2025/08/13/untitled-12-2025-08-13-06-13-42.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)