ଟ୍ରେନରେ କେତେ ରଖାଯାଏ ଏସିର ତାପମାତ୍ରା?

ନୂଆଦିଲ୍ଲୀ: ଖରାଦିନରେ ଯାତ୍ରୀମାନେ ଟ୍ରେନ ମାଧ୍ୟମରେ କୌଣସି ଦୂର ସ୍ଥାନକୁ ଯାତ୍ରା କରୁଥିଲେ ମୁଖ୍ୟତଃ ସ୍ଲିପର ଅପେକ୍ଷା ଏସି ବଗିକୁ ଅଧିକ ପସନ୍ଦ କରିଥାନ୍ତି | ଏସି ବଗିରେ ଯାତ୍ରା କରିବା ଦ୍ୱାରା ଯଦିଓ ଟିକେ ଅଧିକ ଖର୍ଚ୍ଚ ହୋଇଥାଏ କିନ୍ତୁ ଯାତ୍ରା ଆରାମଦାୟକ ରହିଥାଏ | ବର୍ତ୍ତମାନ ଭାରତୀୟ ରେଳବାଇ ଟ୍ରେନରେ ଏସି କୋଚ୍ ବୃଦ୍ଧି କରୁଛି ଏବଂ ବହୁ ସଂଖ୍ୟକ ଯାତ୍ରୀ ଏସି କୋଚରେ ଯାତ୍ରା କରିବାକୁ ଚାହୁଁଛନ୍ତି | ପ୍ରଥମ ଏସି, ଦ୍ୱିତୀୟ ଏସି ଏବଂ ତୃତୀୟ ଏସି ପରେ କିଛି ଏସି ଇକୋନୋମି କୋଚ୍ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଲୋକମାନେ କମ୍ ଭଡା ଦେଇ ଯାତ୍ରା କରିପାରିବେ | ତେବେ ଯଦିଓ ଆପଣ ମଧ୍ୟ ଯଦି ଏସି ବଗିରେ ଯାତ୍ରା କରିଥିବେ କିନ୍ତୁ ଆପଣ ଜାଣନ୍ତି କି ଯେଉଁ ଟ୍ରେନରେ ଆପଣ ଯାତ୍ରା କରୁଛନ୍ତି ତାହାର ତାପମାତ୍ରା କେତେ ରଖାଯାଏ | ବାସ୍ତବରେ ଅନେକ ସମୟରେ ଲୋକମାନେ ଅଭିଯୋଗ କରନ୍ତି ଯେ ଏସି ତାପମାତ୍ରା ଅଧିକ ରହୁଛି କିମ୍ବା ଥଣ୍ଡା ହେଉନାହିଁ | କିନ୍ତୁ ରେଳବାଇ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ସ୍ଥିର କରାଯାଇଛି, ଯାହାକୁ ଅନୁସରଣ କରାଯାଏ |

ଟ୍ରେନର ବଗିରେ କେତେ ତାପମାତ୍ରା ରହିବ ତାହା ଟ୍ରେନ୍ ଏବଂ ଟ୍ରେନର ସମୟ ଉପରେ ନିର୍ଭର କରିଥାଏ | ସେହିପରି ଏସିର ତାପମାତ୍ରା ମଧ୍ୟ କୋଚ ଉପରେ ନିର୍ଭର କରେ। ଅର୍ଥାତ ଟ୍ରେନରେ ଏଲଏଚବି କୋଚ ଅଛି ନା ନାହିଁ ତାହା ପ୍ରତି ମଧ୍ୟ ନଜର ରଖାଯାଏ | ଯେମିତିକି ଏଲଏଚବି କୋଚଗୁଡିକର ତାପମାତ୍ରା ୨୩ ଡିଗ୍ରି ସେଲସିୟସରୁ ୨୫ ଡିଗ୍ରି ସେଲସିୟସ ରଖାଯାଏ | ସେହିପରି ଅଣ- ଏଲଏଚବି କୋଚଗୁଡିକରେ ତାପମାତ୍ରା ୨୪ ରୁ ୨୬ ଡିଗ୍ରି ସେଲସିୟସ୍ ସେଟିଂ କରାଯାଇଥାଏ | ସେହିପରି ଟ୍ରେନର କୋଚ ହିସାବରେ କମ୍ପ୍ରେସର ମଧ୍ୟ ଲଗାଯାଇଥାଏ | ପ୍ରଥମ ଏସି କୋଚରେ ୬.୭ ଟନ୍ ଏସି ଥାଏ | ସେହିପରି ଦ୍ୱିତୀୟ ଏସିରେ ୫.୨ ଟନ୍ ର ଦୁଇଟି ଏସି, ତୃତୀୟ ଏସି ବଗିରେ ଦୁଇଟି ୭ ଟନ୍ ଏସି ଲାଗିଥାଏ |

ସମ୍ବନ୍ଧିତ ଖବର