ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସଦ୍ୟ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀକୁ ଆସିଥିବା ସମସ୍ତ ସଦସ୍ୟ ଦେଶମାନେ ଦିଲ୍ଲୀ ଘୋଷଣାନାମାକୁ ଗ୍ରହଣ କରିବା ପରେ ଏହାକୁ ସଫଳ ବୋଲି ବିବେଚନା କରାଯାଉଛି। ତେବେ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଭାରତ ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିଲେ।
ଭାରତରେ ଜି-୨୦ ଶିଖର ସମ୍ମିଳନୀ ଏପର୍ଯ୍ୟନ୍ତ ସବୁଠାରୁ ବ୍ୟୟବହୁଳ ଜି-୨୦ ବୈଠକରେ ପରିଣତ ହୋଇଛି, ଯେଉଁଥିରେ ଅଧିକାଂଶ ଅର୍ଥ କେନ୍ଦ୍ରୀୟ ଦିଲ୍ଲୀର ନବୀକରଣ ଓ ପୁନରୁଦ୍ଧାର ଏବଂ ଜି-୨୦ ଆୟୋଜନସ୍ଥଳୀ ଭାରତ ମଣ୍ଡପମ୍ ନିର୍ମାଣରେ ଖର୍ଚ୍ଚ ହୋଇଛି।
କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ଏକ ସରକାରୀ ବିବୃତି ଅନୁଯାୟୀ, ସରକାର ଦିଲ୍ଲୀ ପୁଲିସ, ପିଡବ୍ଲ୍ୟୁଡି, ଏମସିଡି, ଡିଡିଏ ଏବଂ ଏନଏଚଏଆଇ ସମେତ ଦିଲ୍ଲୀର ଅନେକ ବିଭାଗକୁ ଏଥିପାଇଁ ପାଣ୍ଠି ଆବଣ୍ଟନ କରିଥିଲେ, ଯାହା ଫଳରେ ଭାରତ ଦ୍ୱାରା ଆୟୋଜନ କରାଯାଇଥିବା ଜି-୨୦ ଶିଖର ସମ୍ମିଳନୀର ମୋଟ ଖର୍ଚ୍ଚ ୪୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି।
ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଜାତୀୟ ରାଜଧାନୀରେ ରାସ୍ତା ନିର୍ମାଣ ଓ ମରାମତି ପାଇଁ ୭୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ମନ୍ତ୍ରୀ ଲେଖୀ ଉଲ୍ଲେଖ କରିଛନ୍ତି, ଦିଲ୍ଲୀ ପୁଲିସକୁ ୩୪୦ କୋଟି ଟଙ୍କା ଦିଆଯାଇଥିଲା। ଲେଖୀଙ୍କ ଟୁଇଟ୍ ଅନୁଯାୟୀ, ଅଧିକାଂଶ ପାଣ୍ଠି ଆଇଟିପିଓ ସହ ଜଡ଼ିତ ଥିଲା, ଯାହା କି ୩୬୦୦ କୋଟି ଟଙ୍କାରୁ ଅଧିକ ଥିଲା।
A tweet claims Govt spent 300% more on #G20 than funds allocated in budget#PIBFactCheck
1 This claim is misleading
2 The quoted expenditure is majorly towards permanent asset creation by ITPO & other infrastructure development which is not limited to hosting G20 Summit alone pic.twitter.com/CRGkraJw3J
— PIB Fact Check (@PIBFactCheck) September 11, 2023
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ପାଣ୍ଠି ସ୍ଥାୟୀ ସମ୍ପତ୍ତି ସୃଷ୍ଟି ଏବଂ ଆଇଟିପିଓ ବାବଦରେ ଖର୍ଚ୍ଚ ହୋଇଛି, ଯାହା କେବଳ ଜି-୨୦ ଶିଖର ସମ୍ମିଳନୀ ଆୟୋଜନରେ ସୀମିତ ନୁହେଁ।
ଏହା ଜରିଆରେ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ସର୍ବକାଳୀନ ସର୍ବାଧିକ ବ୍ୟୟବହୁଳ ବୈଶ୍ୱିକ ବୈଠକରେ ପରିଣତ ହୋଇଛି, ଯାହାର ମୋଟ ଖର୍ଚ୍ଚ ୪୧୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ତେବେ ଜି-୨୦ ଶିଖର ସମ୍ମିଳନୀରେ ଭାରତ ଏକମାତ୍ର ଦେଶ ନୁହେଁ, ଯିଏ କି ବିପୁଳ ପରିମାଣର ଅର୍ଥ ବ୍ୟୟ କରିଛି।
‘ଦି ଇକୋନୋମିଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ଏପର୍ଯ୍ୟନ୍ତ ସବୁଠାରୁ ବ୍ୟୟବହୁଳ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିଛି ଏବଂ ୧.୯ ଲକ୍ଷ କୋଟି ଟଙ୍କା (୨୪ ବିଲିୟନ ଆମେରିକୀୟ ଡଲାର)ରୁ ଅଧିକ ଖର୍ଚ୍ଚ କରିଛି। ଚୀନ୍ ୨୦୧୬ ଜି-୨୦ ଶିଖର ସମ୍ମିଳନୀ ହାଙ୍ଗଜୋ ସହରରେ ଆୟୋଜନ କରିଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିବା ସବୁଠାରୁ ବ୍ୟୟବହୁଳ ଜି-୨୦ ରେ ପରିଗଣିତ ହୋଇଛି।
ଏହାବ୍ୟତୀତ, କାନାଡା ୨୦୧୦ରେ ଆୟୋଜନ କରିଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ୪୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି ଏବଂ ଅଷ୍ଟ୍ରେଲିଆ ୨୦୧୪ରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ୨୬୫୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଯାହା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ପ୍ରଥମ ଜି-୨୦ ଶିଖର ସମ୍ମିଳନୀ ଥିଲା।