ରାହୁଲ ଗାନ୍ଧୀ କେଶ କାଟିବା ଦାଢ଼ି ଟ୍ରିମ୍ କରିବା ପାଇଁ କେତେ ଟଙ୍କା ଦେଲେ, ୧,୦୦୦ ନା ୫୦୦, ଦୋକାନୀ କ’ଣ ଉତ୍ତର ଦେଲେ

ରାୟବରେଲି: ରାହୁଲ ଗାନ୍ଧୀଙ୍କ କିଛି ଫଟୋ ରାୟବରେଲିରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଦାଢ଼ି ସେଟ୍ କରୁଥିବା ଦେଖାଯାଉଛି। ଏହି ଫଟୋଗୁଡ଼ିକ ଲାଲଗଞ୍ଜର ବ୍ରଜେନ୍ଦ୍ର ନଗରରେ ଅବସ୍ଥିତ ନୂଆ ମୁମ୍ବା ଦେବୀ ହେୟାର କଟିଙ୍ଗ ସେଲୁନର ବୋଲି କୁହାଯାଉଛି। ରାହୁଲ ଗାନ୍ଧୀ ଲାଲଗଞ୍ଜରେ ବୈଠକ ଶେଷ କରିବା ପରେ ବିଦାୟ ନେଉଥିଲେ। ତେବେ ସେ ବ୍ରଜେନ୍ଦ୍ର ନଗରର ନୂଆ ମୁମ୍ବା ଦେବୀ ହେୟାର କଟିଙ୍ଗ ସେଲୁନଠାରେ ଅଟକି ଯାଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ସେଲୁନରେ ପ୍ରବେଶ କରିଥିଲେ, ଦୋକାନୀ ମିଥୁନ୍ ତାଙ୍କର ଦୁଇ କାରିଗରଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ ।

ରାହୁଲ ମିଥୁନଙ୍କୁ ଦାଢ଼ି ସେଟ୍ କରିବା ପାଇଁ କହିଲେ ଏବଂ ପରେ ତାଙ୍କ ସହ ଏକ ଗ୍ରୁପ୍ ଫଟୋ ଉଠାଇଥିଲେ। ଅବଶ୍ୟ, ଏହି ଅବଧି ମଧ୍ୟରେ ସେଲୁନ୍ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାରେ ରହିଥିଲା ଏବଂ କାହାକୁ ଭିତରକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା। କୁହାଯାଉଛି ଯେ ରାହୁଲ ଦାଢ଼ି ସେଟ୍ କରି ବାହାରକୁ ଆସିବା ପରେ କିଛି ଯୁବକ ବାହାରେ ତାଙ୍କୁ ଅପେକ୍ଷା କରିଥିଲେ। ଯେତେବେଳେ ଯୁବକମାନେ ତାଙ୍କୁ ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବରେ ସମ୍ବୋଧିତ କରିଥିଲେ, ରାହୁଲ କୌଣସି ଉତ୍ତର ଦେଇ ନ ଥିଲେ କିନ୍ତୁ ପକେଟରୁ ବାହାର କରି ସେହି ଯୁବକଙ୍କୁ ଟଫି ପ୍ରଦାନ କରିଥିଲେ।

ରାହୁଲ ଗାନ୍ଧୀଙ୍କ ଦାଢ଼ି ଟ୍ରିମ୍ କରିଥିବା ମିଥୁନ କହିଛନ୍ତି ଯେ ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ ଛୋଟ ଦୋକାନରେ ପହଞ୍ଚିଲେ ସେତେବେଳେ ସେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ସେ କହିଛନ୍ତି ଯେତେବେଳେ ରାହୁଲ ଗାନ୍ଧୀ ମତେ ପଚାରିଲେ କେଉଁ ପ୍ରକାର ଦାଢ଼ି ମୋ ମୁହଁ ଉପରେ ଭଲ ଦେଖାଯିବ, ମୁଁ କହିଲି, ଆପଣଙ୍କର ଦାଢ଼ି ନମ୍ବର ୫ ରୁ ୬ ଅଛି। ଯଦି ଆପଣ ଚାହିଁବେ, ମୁଁ ଏହାକୁ ଏକ ନମ୍ବର କରିଦେବି। ଦାଢ଼ି ଟ୍ରିମ୍ କରିବା ସମୟରେ ମୁଁ ବହୁତ ନର୍ଭସ ଥିଲି ।

ଦୋକାନୀ ମିଥୁନ କହିଛନ୍ତି, ‘ଗତକାଲି ରାହୁଲ ଗାନ୍ଧୀ ହଠାତ୍ ଦୋକାନକୁ ଆସିଥିଲେ। ଏତେ ବଡ ନେତାଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ମୋ ନାମ ନେଇ କହିଥିଲେ ଦାଢ଼ି ଟ୍ରିମ୍ ଓ କେଶ କାଟିବାକୁ ଚାହୁଁଛନ୍ତି। ଏହା କହି ସେ ଚେୟାରରେ ବସିଥିଲେ। ଏହି ସମୟରେ ଲାଇଟ୍ ବନ୍ଦ ହୋଇ ଯାଇଥିଲା । ସେ ମୋତେ ପଚାରିଥିଲେ ଦାଢ଼ି କେତେ ରଖିଲେ ମତେ ଭଲ ଦେଖାଯିବ। ମୁଁ ତାଙ୍କୁ ଏକ ନମ୍ବର ରଖିବାକୁ କହିଲି। ସେ ଏଠାରେ ପ୍ରାୟ ଅଧ ଘଣ୍ଟା ରହିଲେ। ସେ ମୋର ରୋଜଗାର ବିଷୟରେ ମଧ୍ୟ ପଚାରିଥିଲେ।

ମିଥୁନ ଆହୁରି କହିଛନ୍ତି, ରାହୁଲ ମୋ ସହିତ ଭୋଟ୍ ବିଷୟରେ ଆଲୋଚନା କରିନାହାନ୍ତି । ଯେହେତୁ ଲୋକମାନେ ଜାଣିବାକୁ ପାଇଲେ ଯେ ରାହୁଲ ଗାନ୍ଧୀ ମୋ ସେଲୁନ୍‌କୁ ଆସିଛନ୍ତି, ମୋ ଦୋକାନରେ ଭିଡ଼ ବଢ଼ିବାରେ ଲାଗିଛି। ଦାଢ଼ି ଟ୍ରିମ୍ କରୁଥିବା ସମୟରେ ମୋ ଦେଡରୁ ଝାଳ ବାହାରି ଯାଇଥିଲା। ମୁଁ ବହୁତ ଡରି ଯାଇଥିଲି। ଭୟ ଅନୁଭବ କରୁଥିଲି କାଳେ କିଛି ଭୁଲ ହୋଇଯିବ। ତେବେ ସବୁକିଛି ଠିକ୍ ହୋଇଥିଲା।
ଯେତେବେଳେ ମିଥୁନ୍‌ଙ୍କୁ ଲୋକେ ପଚାରିଲେ ରାହୁଲ ଗାନ୍ଧୀ କେଶ କାଟିବା ଏବଂ ଦାଢ଼ି ଟ୍ରିମ୍ କରିବା ପାଇଁ କେତେ ଟଙ୍କା ଦେଇଛନ୍ତି? ମିଥୁନ୍ ହସି ଏହି ପ୍ରଶ୍ନକୁ ଏଡ଼ାଇ ଦେଇକହିଥିଲେ ଯେ ସେ ଏହି ବିଷୟକୁ ଗୁପ୍ତ ରଖିବାକୁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର