ନୂଆଦିଲ୍ଲୀ: ବୟସ ହେଲାଣି ୭୫। ହେଲେ ଏହି ବୟସରେ ମଧ୍ୟ ସୁସ୍ଥ ଓ ସକ୍ରିୟ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଟାଏ ଦିନରେ ବିଭିନ୍ନ ରାଜ୍ୟ ଗସ୍ତ କରିବା ହେଉ ବା ବିଦେଶ ଗସ୍ତ କରି ଦେଶର ସମସ୍ୟା ରଖିବା ହେଉ, ଏସବୁ କାମ ଖୁବ୍ ସକ୍ରିୟତାର ସହ କରନ୍ତି ପ୍ରଧାନମନ୍ତ୍ରୀ। କିଛି ଦିନ ତଳେ ସେ ଚୀନ୍ ଗସ୍ତ କରିଥିବା ବେଳେ ଭାରତ ଫେରି ୪-୫ଟି ରାଜ୍ୟକୁ ପ୍ରଧାନମନ୍ତ୍ରୀ ଗସ୍ତ କରିଥଲେ। ଏଭଳି ବ୍ୟସ୍ତବହୁତ ଜୀବନରେ ପ୍ରଧାନମନ୍ତ୍ରୀ ନିଜ ସ୍ବାସ୍ଥ୍ୟର ଯତ୍ନ କିଭଳି ନିଅନ୍ତି ଆପଣ ଜାଣନ୍ତି କି? ଏ ବୟସରେ ଏତେ ସକ୍ରିୟ ରହିବା ପଛରେ ଯୋଗ ଏବଂ ଖାଦ୍ୟପେୟର ଗୁରୁତ୍ବ ବିଷୟରେ ପ୍ରଧାନମନ୍ତ୍ରୀ ପୂର୍ବରୁ ଅନେକ ଥର କହିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କେତେ ଥର କରାଯାଏ ତାହା ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ ବ୍ୟବଧାନରେ କରାଯାଏ ଏବଂ ଅତ୍ୟନ୍ତ ଗୋପନୀୟ କିନ୍ତୁ ବ୍ୟବସ୍ଥିତ ଭାବରେ କରାଯାଏ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏବଂ ଇକୋନୋମିକ୍ ଟାଇମ୍ସ ଭଳି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ତିନି ମାସରେ ଥରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି। ଏହି ଯାଞ୍ଚଗୁଡ଼ିକ ସାଧାରଣତଃ ଦିଲ୍ଲୀର ଏମ୍ସ କିମ୍ବା ଅନ୍ୟ କୌଣସି ଅଧିକାରପ୍ରାପ୍ତ ହସ୍ପିଟାଲରେ କରାଯାଏ। ଏଥିରେ ସାଧାରଣ ରକ୍ତ ପରୀକ୍ଷା, ରକ୍ତଚାପ, ଶର୍କରା ସ୍ତର, ହୃଦୟର ସୁସ୍ଥତାର ଯାଞ୍ଚ ଏବଂ ଅନ୍ୟାନ୍ୟ ମୌଳିକ ସ୍ୱାସ୍ଥ୍ୟ ପାରାମିଟର ଅନ୍ତର୍ଭୁକ୍ତ। ନିୟମିତ ଯାଞ୍ଚ ବ୍ୟତୀତ, ପ୍ରଧାନମନ୍ତ୍ରୀ ବର୍ଷକୁ ଥରେ ଏକ ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି। ଏଥିରେ ହୃଦୟ, ଫୁସଫୁସ, ବୃକକ୍ ଏବଂ ଯକୃତ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକର ବିସ୍ତୃତ ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ। କୌଣସି ସମସ୍ୟା ଥିଲେ ତାହାର ଆଗୁଆ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ପରୀକ୍ଷା ୩ମାସରେ ଥରେ ଏବଂ ବର୍ଷକୁ ଥରେ କରାଯାଇଥାଏ।
Narendra Modi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/26/new-project-8-2025-09-26-15-17-27.jpg)