ନୂଆଦିଲ୍ଲୀ: ଆସନ୍ତାକାଲି ଏ ବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛିା ଜୁଲାଇ ୫ ତାରିଖ ଭୋର୍ ବେଳେ ଏହା ସଂଘଟିତ ହେବାକୁ ଥିବା ବେଳେ ବିଶ୍ବର ଅନେକ ସ୍ଥାନରେ ପୂର୍ଣ୍ଣଗ୍ରହଣ ଦେଖିବାକୁ ମିଳିବା ତେବେ ଦିନ ବେଳା ଆକାଶରେ ସୂର୍ଯ୍ୟଙ୍କ ଉପସ୍ଥିତ ହେତୁ ଭାରତରେ ଏହା ଆଦୌ ଦୃଶ୍ୟମାନ ହେବନାହିଁ। ଗୋଟିଏ ପଟେ ଏପରି ଗ୍ରହଣର ଦୃଶ୍ୟ ଉପଭୋଗ କରିବା ଏକ ବିରଳ ମହାଜାଗତିକ ଅନୁଭୂତି ହୋଇଥିବା ବେଳେ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ଏହାର କୁପ୍ରଭାବ ମଧ୍ୟ ମନୁଷ୍ୟ ଉପରେ ପଡି଼ଥାଏ। ସେଥିପାଇଁ ଗ୍ରହଣ ସମୟରେ ବାହାରେ ଯାତ୍ରା କରିବା କିମ୍ବା କିଛଥି ଗୁରୁ ଭୋଜନ କରିବା ଉପରେ ରୀତିନୀତିଗତ କଟକଣା ରହିଛିା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମନୁଷ୍ୟର ଶରୀର ଏବଂ ପ୍ରାକୃତିକ ଶରୀର ଘଣ୍ଟା ଉପରେ ଏପରି ଗ୍ରହଣର ଭୀଷଣ ପ୍ରଭାବ ପଡି଼ଥାଏା ଅବଶ୍ୟ ଏହାକୁ ଭିତ୍ତି କରି ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଓ ଆୟୁବେର୍ଦ ଔଷଧ ପ୍ରସ୍ତୁତ ହୋଇ ଆସିଛିା ତେଣୁ ଅଧିକାଂଶ ଲୋକ ଏପରି ପରମ୍ପରାକୁ ସମ୍ମାନ ଦେଇ ରନ୍ଧନ ଓ ଭୋଜନ ଉପରେ ସ୍ବତଃପ୍ରବୃତ୍ତ କଟକଣା ଲଗାଇଥାନ୍ତିା
ସେଗୁଡି଼କ ମଧ୍ୟରେ ଫଳମୂଳ ପରି ଖାଦ୍ୟ ବର୍ଜନୀୟ। ଗ୍ରହଣୀକୃତ ଚନ୍ଦ୍ରର କିରଣ ସେହି କା ଫଳମୂଳଗୁଡି଼କର ପୋଷକତ୍ବ ନଷ୍ଟ କରିଦେବା ସହ ତାହା ଖାଦ୍ୟ ଅନୁପଯୋଗୀ କରିଦେଉଥିବାରୁ ସେହି ସମୟରେ ସେସବୁ ଖାଇବା ଅନୁଚିତା ସେହିପରି ମାଦକ ଦ୍ରବ୍ୟ ଏବଂ ଆମିଷ ଖାଦ୍ୟ ପରି ପାଚନରେ ଅଧିକ ସମୟ ନେଉଥିବା ସାମଗ୍ରୀଗୁଡି଼କୁ ମଧ୍ୟ ଅନୁରୂପ ଭାବେ ବର୍ଜନ କରିବା ବିଧେୟା। ଅପରପକ୍ଷେ, ପୂର୍ବରୁ ରନ୍ଧା ହୋଇଥିବା କିମ୍ବା କୌଣସି ବାସି ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ। କାରଣ ସେହି ସମୟରେ ଚନ୍ଦ୍ରଙ୍କ ଠାରୁ ବିକିରିତ ରଶ୍ମି ସେ ସବୁ ଖାଦ୍ୟକୁ ବିଷାକ୍ତ କରିଦେବାର ଆଶଙ୍କା ରହିଛି। ତେଣୁ ଗ୍ରହଣ ଛାଡି଼ବା ପରେ ନୂତନ ଭାବେ ଖାଦ୍ୟ ରୋଷେଇ କରିବା ଉଚିତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/eating-meal-Studio-Firma.jpg)