ଆତଙ୍କରେ ଆତଙ୍କବାଦୀ : କଶ୍ମୀରରେ ଅଧିକାଂଶ ଆତଙ୍କବାଦୀ କମାଣ୍ଡର ନିପାତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ନେତୃତ୍ୱଶୂନ୍ୟ ହୋଇଯାଇଛନ୍ତି ଆତଙ୍କବାଦୀ ସଂଗଠନଗୁଡ଼ିକ । ସେନା ଓ ସୁରକ୍ଷା ବାହିନୀର ନିୟମିତ ଅପରେସନ ଫଳରେ ଘାଟିରେ ସକ୍ରିୟ ଥିବା ଅଧିକାଂଶ ଆତଙ୍କବାଦୀ କମାଣ୍ଡର ନିପାତ ହୋଇଯାଇଛନ୍ତି । ଏହା ଫଳରେ ପାକ-ପ୍ରାୟୋଜିତ ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ ଘାଟିରେ ଚାଲିଥିବା ଆତଙ୍କନିରୋଧୀ ଅଭିଯାନ ପାଇଁ ଚଳିତ ବର୍ଷ ବେଶ ସଫଳ ରହିଛି । ଅଧିକାଂଶ ଆତଙ୍କବାଦୀ ସଂଗଠନଗୁଡ଼ିକର ଅପରେସନାଲ କମାଣ୍ଡର ନିପାତ ହୋଇଯାଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଯେତିକି ଯୁବକ ଆତଙ୍କବାଦୀ ସଂଗଠନଗୁଡ଼ିକରେ ଯୋଗଦେଉଛନ୍ତି, ତାଠାରୁ ଅଧିକ ନିପାତ ହେଉଛନ୍ତି ।

ଚଳିତ ବର୍ଷ କଶ୍ମୀର ଘାଟିରେ ଏପର୍ଯ୍ୟନ୍ତ ମୋଟ ୧୧୮ ଜଣ ଆତଙ୍କବାଦୀ ନିହତ ହୋଇସାରିଲେଣି ଓ ସେମାନଙ୍କ ମଧ୍ୟରେ ଅଛନ୍ତି ରିଆଜ ନାଇକୋ, ଫୌଜିଭାଇ, ଜୁବେର, କାରି ୟାସିର, ବୁରହାନ କୋକା, ଜୁନୈଦ ସେହରୀ, ହାଇଦର ଓ ତୟାବ ଓ୍ଵାଲିଦ ପରି ଆତଙ୍କବାଦୀ କମାଣ୍ଡର । ଏସବୁ ବରିଷ୍ଠ କମାଣ୍ଡର ନିହତ ହେବା ପରେ ଘାଟିରେ ହିଜବୁଲ, ଜୈସ, ,ଲସ୍କର-ଇ-ତୋଇବା ପରି ସଂଗଠନଗୁଡ଼ିକର ଅଣ୍ଟାଭାଙ୍ଗିଯାଇଛି ବୋଲି ସେ କହିଛନ୍ତି ।

ସେହିପର ଚଳିତ ବର୍ଷ ଏପର୍ଯ୍ୟନ୍ତ ଘାଟିରେ ୨୯ ଜଣ ସୁରକ୍ଷାବଳ ଯବାନ (ସେନା, ସିଆରପିଏଫ ଓ ସ୍ଥାନୀୟ ପୁଲିସକୁ ମିଶାଇ), ୧୨ ସାଧାରଣ ଲୋକ ନିହତ ହୋଇଛନ୍ତି ।

ସମ୍ବନ୍ଧିତ ଖବର