ନୂଆଦିଲ୍ଲୀ: ୨୦୦୨ ମସିହାରେ ମ୍ୟୁଜିକ୍ ଭିଡିଓ 'କାଣ୍ଟା ଲଗା' ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ତଥା ମଡେଲ୍ ଶେଫାଳୀ ଜରିୱାଲାଙ୍କ ମୃତ୍ୟୁ ଶୁକ୍ରବାର, ଜୁନ୍ ୨୭ ତାରିଖରେ ହୃଦ୍ଘାତ ହେତୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା।
ଯଦିଓ ଏଯାଏ ତାଙ୍କର ଶରୀର ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇନାହିଁ; ତଥାପି ପ୍ରାରମ୍ଭିକ ତଦନ୍ତରୁ ହୃଦ୍ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏବେ ଏକ ନୂଆ କଥା ଜାଣିବାକୁ ମିଳିଛି ଯେ, ଶୋଫାଳୀ ଯୁବା ଦିଶିବା ପାଇଁ ଖାଉଥିବା ଔଷଧ ଓ ସେଦିନ ଘରେ ରଖା ଯାଇଥିବା ସତ୍ୟ ନାରାୟଣ ପୂଜା ପାଇଁ ଉପାସ ରହିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି।
ମୁମ୍ବାଇରେ ତାଙ୍କ ଘରେ ଅନୁଷ୍ଠିତ ସତ୍ୟନାରାୟଣ ପୂଜାର ଅଂଶ ଭାବରେ ଶେଫାଳୀ ଜରିୱାଲା ଏକ ଦିନ ପାଇଁ ଉପବାସ ରଖିଥିଲେ।
ଉପବାସ ସତ୍ତ୍ୱେ, ଶେଫାଳୀ ତାଙ୍କର ନିୟମିତ ବାର୍ଦ୍ଧକ୍ୟ ବିରୋଧୀ ଔଷଧ ସେବନ କରିଥିଲେ। ଯାହାକି ତାଙ୍କ ପାଇଁ କାଳ ହୋଇଥିଲା। ରାତି ପ୍ରାୟ ୧୦.୩୦: ଶେଫାଳୀ ତାଙ୍କ ବାସଭବନରେ ପଡ଼ିଗଲେ। ରାତି ୧୧.୧୫ ସମୟରେ ତାଙ୍କୁ ଅନ୍ଧେରୀ ପଶ୍ଚିମର ବେଲଭ୍ୟୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶରୀର ବ୍ୟବଚ୍ଛେଦ ପ୍ରକ୍ରିୟା ପାଇଁ ତାଙ୍କ ଶରୀରକୁ କୁପର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।
ସେହିଦିନ ରାତି ୧୧.୪୫ ସୁଦ୍ଧା ଏକ ପୁଲିସ୍ ଦଳ ଶେଫାଳୀଙ୍କ ବାସଭବନ ଏବଂ କୁପର ହସ୍ପିଟାଲରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/01/44472576-330f-4530-a35d-5f5f71f41722-1-2025-07-01-16-49-43.jpg)