କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ଦେଖି ଚମକି ପଡିଥିଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଜଣେ ବୈଜ୍ଞାନିକ କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ଯେତେବେଳେ ସେ ପ୍ରଥମ ଥର ଦେଖିଲେ, ସେତେବେଳେ ଏକ ପ୍ରକାର ଚମକି ପଡିଥିଲେ । ଏଇ ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ବୈଜ୍ଞାନିକ ଜଣଙ୍କ ନୂଆ ଭାରିଆଣ୍ଟକୁ ଦେଖି ପ୍ରଥମେ ବିଶ୍ୱାସ କରି ପାରି ନଥିଲେ । ନିଜ ସହଯୋଗୀ ବୈଜ୍ଞାନିକଙ୍କୁ ଡାକିଥିଲେ, ଏବଂ ସେ କିଛି ଭୁଲ କରିଛନ୍ତି କି ବୋଲି, ପ୍ରଶ୍ନ କରିଥିଲେ ।

ନଭେମ୍ବର ୧୯ରେ ଚିହ୍ନଟ ହୋଇଥିଲା ‘ଓମିକ୍ରନ’ । ନୂଆ ଭୂତାଣୁ ଦେଖି ଚମକି ପଡ଼ିଥିଲେ ଦକ୍ଷିଣ ଆଫ୍ରିକା ବୈଜ୍ଞାନିକ । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିବା କରୋନା ଭୂ୍ତାଣୁର ନୂଆ ପ୍ରଜାତି ‘ଓମିକ୍ରନ’ ପ୍ରକୃତରେ କେତେ ମାରାତ୍ମକ, ତାହା ଜାଣିବା ପୂର୍ବରୁ ସାରା ବିଶ୍ୱରେ ଡର ଖେଳିଯାଇଛି । ଦକ୍ଷିଣ ଆଫ୍ରିକାସ୍ଥିତ ଲାନସେଟ ଲ୍ୟାବରେ ନଭେମ୍ବର ୧୯ତାରିଖ ଦିନ ଏହି ପ୍ରଜାତିକୁ ପ୍ରଥମେ ଚିହ୍ନଟ କରିଥିଲେ ବୈଜ୍ଞାନିକ ରାକ୍ଟେଲ ଭିଆନା ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସକୁ ସାକ୍ଷାତକାର ଦେଇ ବୈଜ୍ଞାନିକ ଭିଆନା କହିଛନ୍ତି, ନଭେମ୍ବର ୧୯ତାରିଖର ନମୂନା ପରୀକ୍ଷାରେ ବଡ ଧରଣର ପରିଣତି ସେ ଜାଣିପାରିଥିଲେ । ବୈଜ୍ଞାନିକ ରାକ୍ଟେଲ ଭିଆନା କହିଛନ୍ତି, ସେଦିନ ମୁଁ ଯାହା ଦେଖିଲି ସେଥିରେ କାବା ହୋଇଯାଇଥିଲି ।  ପରୀକ୍ଷା ପ୍ରକ୍ରିୟାରେ କିଛି ଭୁଲ୍ କରି ପକାଇଛି ବୋଲି ପ୍ରଥମେ ମୋର ସନ୍ଦେହ ହୋଇଥିଲା । କିନ୍ତୁ, ପରୀକ୍ଷା କରିଥିବା ସେ ନମୂନାଟିରେ ଗୋଟିଏ ଜିନିଷ ସାଧାରଣ ଥିଲା । ତାହା ହେଉଛି ‘ଏସ୍’ ଜିନର ଅନୁପସ୍ଥିତି । ଏହି ଜିନ୍ ବା ଗୁଣସୂତ୍ରର ଅନୁପସ୍ଥିତି ହିଁ ‘ଓମିକ୍ରନ’ କୁ ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିଥିବା ‘ଡେଲଟା’ ଭ୍ୟାରିଆଣ୍ଟଠାରୁ ପୃଥକ କରୁଛି ।

କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ଏହାକୁ ନେଇ ଆତଙ୍କିତ ହୋଇପଡିଥିଲେ ବୈଜ୍ଞାନିକ । ଏହି ନୂଆ ପ୍ରଜାତି ଅତ୍ୟନ୍ତ ଭୟାବହ ବୋଲି ନଭେମ୍ବର ୨୩ତାରିଖ ସୁଦ୍ଧା ସ୍ପଷ୍ଟ ହୋଇସାରିଥିଲା । ‘ଓମିକ୍ରନ’ ପ୍ରଜାତି ବିଷୟରେ ଜାଣିବା ପରେ ବୈଜ୍ଞାନିକ ରାକ୍ଟେଲ ଭିଆନା ପ୍ରଥମେ ଏନେଇ ଜୋହନସବର୍ଗ ସ୍ଥିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର କମ୍ୟୁନିକେବୁଲ ଡିଜିଜେସ’ ବା ଏନଆଇସିଡିକୁ ସତର୍କ କରାଇଥିଲେ । ସୂଚନା ପରେ ଏନଆଇସିଡି ନଭେମ୍ବର ୨୦-୨୧ତାରିଖ ସପ୍ତାହାନ୍ତରେ ଅଧିକ ନମୂନା ପରୀକ୍ଷା କରିବା ଆରମ୍ଭ କରିଥିଲା । ଜଣାପଡ଼ିଥିଲା, କୋଭିଡ ଭୂତାଣୁର ଆଉ ଏକ ନୂଆ ଷ୍ଟ୍ରେନ ଉତ୍ପତି ହୋଇଛି । ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ମାରାତ୍ମକ ହୋଇଛି ଡେଲଟା ପ୍ରଜାତି । ଏହି ପ୍ରଜାତି ବିରୋଧରେ ଟିକା ପ୍ରଭାବୀ ଥିଲା । କିନ୍ତୁ ଓମିକ୍ରନ ବିରୋଧରେ ଟିକା କେତେ ପ୍ରଭାବି ହେଉଛି, ତାହା ଆଉ କିଛି ଦିନ ଭିତରେ ସ୍ପଷ୍ଟ ହୋଇଯିବ । ଏହା ସହ ସ୍ପଷ୍ଟ ହେବ ଓମିକ୍ରନ କେତେ ଘାତକ ହେବ, ଆଉ କେତେ ସଂକ୍ରମକ ହେବ । ସାରା ବିଶ୍ୱରେ ଏହାର ପ୍ରଭାବ କ’ଣ ରହିବ ।

ସମ୍ବନ୍ଧିତ ଖବର