କେମିତି ପ୍ରସ୍ତୁତ କରାଯାଏ ଇସ୍ପାତ, ଷ୍ଟିଲ ପ୍ଲାଣ୍ଟ ବୁଲି ଭିଡିଓ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବୋକାରୋ: କେମିତି ପ୍ରସ୍ତୁତ ହୁଏ ଇସ୍ପାତ, ଲୁହାପଥରରୁ କିଭଳି ଷ୍ଟିଲ ପ୍ରସ୍ତୁତ ହୁଏ ତାହା ଆଜି ଦେଖିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଝାଡ଼ଖଣ୍ଡ ବୋକାରୋରେ ଥିବା ଇସ୍ପାତ କାରଖାନାକୁ ଯାଇ ଆଜି ଏହାକୁ ନିରୀକ୍ଷଣ କରିଛନ୍ତି ଧର୍ମେନ୍ଦ୍ର | ବ୍ଲାଷ୍ଟ ଫର୍ଣ୍ଣେସରୁ କିଭଳି ଲୁହା ଖଣ୍ଡ ବାହାରିଥାଏ ଦେଖିବା ସହ ନିଜେ ଏହାର ଭିଡିଓ ମଧ୍ୟ ଉଠାଇଥିଲେ |


ସେହିପରି ଏଠାକାର କର୍ମଚାରୀଙ୍କୁ ଭେଟିବା ସହ ସେମାନଙ୍କ ନିଷ୍ଠାପର ପରିଶ୍ରମକୁ ପ୍ରଶଂସା କରିଥିଲେ | ଆଜି ଝାଡ଼ଖଣ୍ଡ ଯାଇ ସେଠାରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ | ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଯୋଗ ଦେଇଥିଲେ | ଏହି ଅଵସରରେ ଧର୍ମେନ୍ଦ୍ର କହିଥିଲେ ଯେ ଝାଡ଼ଖଣ୍ଡର ବିକାଶରେ ପେଟ୍ରୋଲିୟମ ଓ ଷ୍ଟିଲ ମନ୍ତ୍ରାଳୟ ସମର୍ପିତ ଅଛନ୍ତି |

ବୋକାରୋ ଷ୍ଟିଲ ପ୍ଲାଣ୍ଟ ଓ ସ୍ଥାନୀୟ ଉଦ୍ୟୋଗ ମଧ୍ୟରେ କିଭଳି ଦୂରତାକୁ କମାଇହେବ ସେଥିପାଇଁ ପ୍ରୟାସ କରାଯାଉଛି | ଏହାଦ୍ୱାରା ଝାଡ଼ଖଣ୍ଡକୁ ଶିଳ୍ପ ଓ ଉତ୍ପାଦନର କେନ୍ଦ୍ର ରୂପେ ବିକଶିତ କରାଯାଇପାରିବ ବୋଲି ଧର୍ମେନ୍ଦ୍ର କହିଥିଲେ |

ସମ୍ବନ୍ଧିତ ଖବର