ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣର ତଦନ୍ତ କରୁଥିବା ଏଜେନ୍ସିମାନେ ଗିରଫ ହୋଇଥିବା ଡାକ୍ତରଙ୍କ ସହ ଜଡିତ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲର ଉତ୍ପତ୍ତି ସଂକ୍ରାନ୍ତ ଦୁଇଟି ଟେଲିଗ୍ରାମ୍ ଗ୍ରୁପ୍ ଚିହ୍ନଟ କରିଛନ୍ତି। ପାକିସ୍ତାନର ଜୈସ-ଏ-ମହମ୍ମଦ ସଂଚାଳକ ଚଳାଉଥିବା ଫର୍ଜନ୍ଦାନ୍-ଏ-ଦାରୁଲ ଉଲୁମ୍ (ଦେଓବନ୍ଦ) ଏବଂ ବିନ୍ ଖତାବ୍ ନାମକ ଗୋଷ୍ଠୀ ଡାକ୍ତରଙ୍କ ଆତଙ୍କବାଦରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶ୍ୱାସ କରାଯାଏ।
ସୂତ୍ର ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା ହୁଣ୍ଡାଇ ଆଇ-୨୦ କାର୍ ଚଳାଉଥିବା ଡାକ୍ତର ଉମର ନବୀ ଏବଂ ଗିରଫ ହୋଇଥିବା ଅନ୍ୟ ଡାକ୍ତରଙ୍କ ଆତଙ୍କ ପଛରେ ସୋପିଆନ୍ର ଧର୍ମଗୁରୁ ଇମାମ୍ ଇର୍ଫାନ ଅହମ୍ମଦ ୱାଘାର ବଡ଼ ଭୂମିକା ସାମ୍ନାକୁ ଆସିଛି। ସେମାନେ କାଶ୍ମୀରର ‘ସ୍ବାଧୀନତା’ ଏବଂ ‘କାଶ୍ମୀରବାସୀଙ୍କ ଦମନ’ ଉପରେ ଭାରତ ବିରୋଧରେ ଲଗାତାର ବିଷୋଦାର କରିବା ସହ ହାଇବ୍ରିଡ ଆତଙ୍କୀ ନେଟ୍ୱର୍କ ଉପରେ ଗୁରୁତ୍ବ ଦେଉଥିଲେ ଏବଂ ଏହାକୁ ନେଇ ବାର୍ତ୍ତାଳାପ ହୋଇଛି। ଏହା ସିହତ ‘ବିଶ୍ୱ ଜିହାଦ ଏବଂ ପ୍ରତିଶୋଧ’ର ବ୍ୟାପକ ବିଷୟବସ୍ତୁକୁ ଚାଟ୍ରେ ସ୍ଥାନ ଦିଆଯାଉଥିଲା।
ଅନୁସନ୍ଧାନକାରୀମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଆତଙ୍କୀ ଡାକ୍ତରମାନେ ତୁର୍କୀ ଯାତ୍ରା ସମୟରେ ସେମାନଙ୍କ ହ୍ୟାଣ୍ଡଲରମାନଙ୍କୁ ଭେଟୁଥିଲେ। ସେଠାରେ ସେମାନେ ମଡ୍ୟୁଲର ସଂଚାଳନ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସଂଗ୍ରହ ଏବଂ ହୱାଲା ମାଧ୍ୟମରେ ଅର୍ଥ ହାସଲ ସଂପର୍କରେ ଆଲୋଚନା କରୁଥିଲେ । ତୁର୍କୀ ଯାତ୍ରାରୁ ଫେରିବା ପରେ ଏହି ଗୋଷ୍ଠୀ ସମଗ୍ର ଭାରତରେ ଏହାର କାର୍ଯ୍ୟକଳାପକୁ ବିସ୍ତାର କରିଥିବା ତଦନ୍ତରୁ ଜଣାପଡ଼ିଛି।
ଡାକ୍ତର ମୁଜାମ୍ମିଲ ଫରିଦାବାଦର ଅଲ୍ ଫଲାହ ମେଡିକାଲ କଲେଜରେ ଯୋଗ ଦେଇଥିବା ବେଳେ ଡାକ୍ତର ଆଦିଲ ସାହାରନପୁରରେ ନିଯୁକ୍ତି ପାଇଥିଲା। ନିଯୁକ୍ତି ଏବଂ ଲଜିଷ୍ଟିକ୍ ପରିଚାଳନା ପାଇଁ ଅନ୍ୟ ସଦସ୍ୟମାନଙ୍କୁ ବିଭିନ୍ନ ରାଜ୍ୟରେ ରଖାଯାଇଥିବା ଏନ୍ଆଇଏ ତଦନ୍ତରୁ ଜଣାଯାଇଛି। ସୂତ୍ରରୁ ପ୍ରକାଶ ଯେ ଏଜେନ୍ସିଗୁଡିକ ବର୍ତ୍ତମାନ ମଡ୍ୟୁଲ ସଦସ୍ୟମାନଙ୍କ ସହ ସମ୍ପର୍କ ବଜାୟ ରଖିଥିବା ସମସ୍ତଙ୍କୁ ଚିହ୍ନଟ କରୁଛନ୍ତି।
ଗିରଫ ହୋଇଥିବା ଡାକ୍ତର ମୁଜାମ୍ମିଲ, ଡାକ୍ତର ଶାହୀନ ଓ ଆତ୍ମଘାତୀ ଆତଙ୍କୀ ଉମର ଏହି ଆତଙ୍କୀ ଗୋଷ୍ଠୀର ମୁଖ୍ୟ ସଂଚଳାକ ଥିବା ବେଳେ ଅନ୍ୟ ପାଞ୍ଚରୁ ଛଅ ଜଣ ଡାକ୍ତର ଏହି ମଡ୍ୟଲୁର ମୁଖ୍ୟ ସଦସ୍ୟ ଥିଲେ। ୯-୧୦ ସଦସ୍ୟ ବିଶିଷ୍ଟ ଆତଙ୍କବାଦୀ ଗୋଷ୍ଠୀ ଲଜିଷ୍ଟିକ୍ ନେଟୱର୍କ ପାଇଁ ଦିଲ୍ଲୀ, ହରିୟାଣା, ୟୁପି ଓ ଗୁଜରାଟରେ ଜାଲ ବିଛାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/13/untitled-3-2025-11-13-05-42-40.jpg)