କରମଣ୍ଡଳ ଷ୍ଟେସନକୁ ପଶୁଥିବା ବେଳେ ବାହାରୁଥିଲା ଯଶବନ୍ତପୁର ଏକ୍ସପ୍ରେସ, ତା’ପରେ ସବୁକିଛି ବଦଳିଗଲା

କାହିଁକି ଓ କେମିତି ହେଲା ୩ ଟ୍ରେନ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା? ମ୍ୟାପ୍ ଦେଖି ଜାଣନ୍ତୁ ଭୟାବହ ଦୁର୍ଘଟଣାର ଅସଲ କାରଣ

ନୂଆଦିଲ୍ଲୀ: ବାଲେଶ୍ବରର ବାହାନଗାରେ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାକୁ ନେଇ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ଜଣକର ମୃତ୍ୟୁ ହୋଇଛି। ତେବେ ହଠାତ୍ ଏତେ ବଡ଼ ଦୁର୍ଘଟଣା କିପରି ଘଟିଗଲା ସେନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ଗୋଟିଏ ଟ୍ରାକରେ ୨ଟି ଟ୍ରେନ ଆସୁଥିଲା କି? ଦୁଇଟି ଟ୍ରେନ ମଧ୍ୟରେ ଧକ୍କା ହୋଇଥିବା ବେଳେ କେମିତି ତୃତୀୟ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା? କେଉଁ  ଟ୍ରେନଟି ପ୍ରଥମେ ଲାଇନଚ୍ୟୁତ୍ ହୋଇଥିଲା ? କାହାର ଭୁଲ ଯୋଗୁ ଏତେ ବଡ଼ ଘଟଣା ଘଟିଗଲା?? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଥିବା ବେଳେ ଏବେ ଆମେ ଏକ ମ୍ୟାପ ମାଧ୍ୟମରେ ଦୁର୍ଘଟଣା କିପରି ଘଟିଥିଲା, ତାହା ଜଣାଇବୁ।

घटनास्थल की तस्वीर
aajtak

ଜାତୀୟ ଗଣମା‌ଧ୍ୟମ ‘ଆଜତକ୍’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୁଇଟି ଟ୍ରେନ୍ ଏକାସମୟରେ ପରସ୍ପରକୁ ଅତିକ୍ରମ କରିବା ବେଳେ ଦ୍ବିତୀୟ ଟ୍ରେନକୁ ପାସ କରାଇବା ପାଇଁ ପ୍ରତ୍ୟେକ ଷ୍ଟେସନରେ ଲୁପ୍ ଲାଇନ ରହିଥାଏ। ବାହାନଗା ବଜାର ଷ୍ଟେସନରେ କମନ ଲୁପ ଲାଇନ ସହିତ ଦୁଇଟି ଲୁପ୍ ଲାଇନ(ଅପ୍ ମେନ୍ ଲାଇନ ଓ ଡାଉନ ମେନ୍ ଲାଇନ୍) ରହିଛି। ଶୁକ୍ରବାର ରାତିରେ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସକୁ ପାସ୍ କରାଇବା ପାଇଁ ଅପ୍ ମେନ୍ ଲାଇନ ଓ ଡାଉନ ମେନ୍ ଲାଇନ୍ ଖାଲି ରଖାଯାଇଥିଲା। ଏହା ସହ କମନ ଲୁପ୍ ଲାଇନରେ ମାଲବାହୀ ଟ୍ରେନ୍ ଛିଡା ହୋଇଥିଲା। ବାହାନଗାରେ ଷ୍ଟପେଜ୍ ନଥିବାରୁ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଅପ୍ ମେନ୍ ଲାଇନ ଓ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଡାଉନ ମେନ୍ ଲାଇନରେ ଦ୍ରୁତ ବେଗରେ ଗତି କରୁଥିଲେ। କରମଣ୍ଡଳ ଷ୍ଟେସନ ଭିତରକୁ ପ୍ରବେଶ କରୁଥିବା ବେଳେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଷ୍ଟେସନରୁ ବାହାରୁଥିଲା।

मैप से समझें कौन सी ट्रेन कहां खड़ी थी?

ଏହା ପରେ ହଠାତ୍ କରମଣ୍ଡଳ ଏକ୍ସପ୍ରେସ ମେନ୍ ଲାଇନରେ ନଯାଇ ଲୁପ୍ ଲାଇନକୁ ବୁଲି ପଡ଼ିଥିଲା। ଅର୍ଥାତ ସିଧା ଯିବା ଗାଡ଼ି ହଠାତ୍ ଟ୍ରାକ୍ ବଦଳାଇ ମ‌ାଲଗାଡ଼ି ରହିଥିବା ଲାଇନକୁ ମାଡ଼ିଗଲା। ଫଳରେ ଦ୍ରୁତଗାମୀ କରମଣ୍ଡଳ ଟ୍ରାକ ବଦଳାଇ ମାଲଗାଡ଼ିକୁ ଧକ୍କା ଦେଲା। ପ୍ରଚଣ୍ଡ ଧକ୍କା ହେତୁ କରମଣ୍ଡଳର ଇଂଜିନ୍ ଓ ବଗି ଲାଇନଚ୍ୟୁତ ହୋଇଗଲା। ଫଳରେ ଏହି ବଗି ପାଖରେ ଥିବା ମେନ୍ ଲାଇନ୍ ଉପରେ ଯାଇ ପଡ଼ିଲା। ତେଣେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସକୁ କରମଣ୍ଡଳର ଲାଇନଚ୍ୟୁତ ୨ଟି ବଗିକୁ ଧକ୍କା ଦେଇଥିଲା। ଏଣୁ କରମଣ୍ଡଳର ଗୁଡ଼ିଏ କମ୍ପାଟମେଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସଟି ଷ୍ଟେସନ ବାହାରକୁ ଚାଲିଯାଇଥିବାରୁ ଏହାର ଶେଷ ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର