ଭୁବନେଶ୍ବର: ସହଜରେ ଷ୍ଟେସନ ନ ଯାଇ କିଭଳି ଟ୍ରେନ ଟିକେଟ ମିଳିପାରିବ ତାହା ସମସ୍ତେ ଚାହିଁଥାନ୍ତି | ତେବେ ଅନେକ ସମୟରେ ତତ୍କାଳ ଟିକେଟ ବୁକିଂ କରିବା ସମୟରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ | ଅର୍ଥାତ ଆପଣ ମୋବାଇଲ ଆପରେ ଟିକେଟ ବୁକ କଲାବେଳେ ଯଦି ଟିକେ ବିଳମ୍ବ ହୋଇଯାଏ, ତେବେ ଟିକେଟ ଆଉ ମିଳିପାରିନଥାଏ | ଏଭଳି ସମସ୍ୟାର ଆପଣ ମଧ୍ୟ କେବେ ନା କେବେ ସମ୍ମୁଖୀନ ହୋଇଥିବେ | ତେବେ ଆଇଆରସିଟିସି ଆପରେ ଏଭଳି କିଛି ଟୁଲ ଅଛି ଯାହା ଦ୍ୱାରା ଆପଣ ସହଜରେ ଟିକେଟ ବୁକ କରିପାରିବେ ଓ ସମୟ ସାରିବା ଆଗରୁ ଆପଣଙ୍କ ପାଖରେ କନଫର୍ମ ଟିକେଟ ମଧ୍ୟ ଥିବ | ଆଜି ଆମେ ଆପଣଙ୍କୁ ଏହି ଟ୍ରିକ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ସହଜରେ ତତ୍କାଳ ଟିକେଟ ବୁକ କରିପାରିବେ । ଆଇଆରସିଟିସି ଆପରେ ମାଷ୍ଟର ଲିଷ୍ଟ ତିଆରି କରିବାର ବିକଳ୍ପ ରହିଛି | ଏହି ମାଷ୍ଟର ଲିଷ୍ଟରେ ଯାତ୍ରୀମାନଙ୍କ ନାମ, ବୟସ ଉଲ୍ଲେଖ ହୋଇଥାଏ । ଅବଶ୍ୟ ଜଣେ ଯାତ୍ରୀଙ୍କୁ ଏହାକୁ ପୂର୍ବରୁ ପ୍ରସ୍ତୁତ କରିବାକୁ ପଡିଥାଏ । ଯାହାଦ୍ୱାରା ଟିକେଟ ବୁକିଂ ସମୟରେ ଯାତ୍ରୀଙ୍କ ବିବରଣୀ ପୂରଣ କରିବା ପରିବର୍ତ୍ତେ, ଜଣେ ଶୀଘ୍ର ଏହି ମାଷ୍ଟର ତାଲିକାରୁ ଯାତ୍ରୀମାନଙ୍କ ବିବରଣୀ ଯୋଡିପାରିବେ। ଏହି ମାଷ୍ଟର ଲିଷ୍ଟ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ ।
-ପ୍ରଥମେ ‘ଆଇଆରସିଟିସି’ର ଆପ୍ ଖୋଲନ୍ତୁ
-ଏହା ପରେ ମାଇ ଆକାଉଣ୍ଟରେ କ୍ଲିକ କରି ମାଷ୍ଟର ଲିଷ୍ଟରେ କ୍ଲିକ୍ କରନ୍ତୁ
-ଏଠାରେ ଯାତ୍ରୀଙ୍କ ନାମ, ବୟସ ତଥା ଅନ୍ୟ ବିବରଣୀ ଦିଅନ୍ତୁ
-ଏହା ପରେ ଏହାକୁ ସେଭ୍ କରନ୍ତୁ
-ଟିକେଟ୍ ବୁକିଂ ସମୟରେ ପ୍ଲାନ୍ ମାଇଁ ଯାତ୍ରା ଉପରେ କ୍ଲିକ୍ କରନ୍ତୁ
-ପରେ ଷ୍ଟେସନ୍ ଏବଂ ତାରିଖ ଚୟନ କରନ୍ତୁ
-ଏହା ପରେ ଯାତ୍ରୀଙ୍କ ବିବରଣୀକୁ ଯାଆନ୍ତୁ
-ମାଷ୍ଟର ତାଲିକାରୁ ଯାତ୍ରୀମାନଙ୍କ ବିବରଣୀ ପୂରଣ କରନ୍ତୁ
-ପେମେଣ୍ଟ୍ କରିବାର ଅଳ୍ପ ସମୟ ମଧ୍ୟରେ ଟିକେଟ ବୁକିଂ ହୋଇଯିବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/irctc.jpg)