ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ-୨୦୧୯ ପାଇଁ ପୂରା ଦେଶରେ ରାଜନୈତିକ ନେତା ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଏପରି ପରିସ୍ଥିତିରେ ଏବେ ଲୋକମାନଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ପ୍ରଦର୍ଶନସମୀକ୍ଷା କରିବାର ବିକଳ୍ପ ରହିଛି।
ଏଣିକି ନାଗରିକମାନେ ସେମାନଙ୍କ ସ୍ମାର୍ଟଫୋନ୍ରେ ସ୍ଥାନୀୟ ସଂସଦ ଓ ବିଧାୟକ ଦ୍ୱାରା କରାଯାଇଥିବା କାମକୁ ‘ନେତା’ ଆପ୍ ଜରିଆରେ ଟ୍ରାକ୍ କରି ପାରିବେ। ଏହି ଆପ୍ ଜରିଆରେ ନାଗରିକମାନେ ନିଜର ନେତାମାନଙ୍କୁ ପିଏମ୍, ସିଏମ୍, ସ୍ଥାନୀୟ ସାଂସଦ ଓ ବିଧାୟକ ଆଦିରେ ରେଟ୍ କରି ପାରିବେ। ଏହି ଆପ୍କୁ ଆଣ୍ଡ୍ରୋଏଡ ଓ ଆଇଓଏସ୍ରେ ମାଗଣାରେ ଡାଉନ୍ଲୋଡ୍ କରି website i..e. neta.coରେ ନାଗରିକମାନେ ନେତାମାନଙ୍କ ପ୍ରଦର୍ଶନକୁ ସମୀକ୍ଷା କରିବାର ବିକଳ୍ପ ରହିଛି।
/sambad/media/post_attachments/wp-content/uploads/2019/03/download-2-19-300x168.jpg)
୧. ଆପଣଙ୍କୁ ନେତାଙ୍କ ରିପୋର୍ଟ କାର୍ଡ ଚେକ୍ ପାଇଁ ପ୍ରଥମେ ପ୍ଲେ ଷ୍ଟାର କିମ୍ବା ଆଇଓଏସ୍ରୁ ଏନ୍ଇଟିଏ (ନେତା) ଆପ୍ ଡାଉନ୍ଲୋଡ କରିବାକୁ ପଡ଼ିବ। ଏହାପରେ ସେହି ନେତାଙ୍କୁ ସମର୍ଥନ କରି ପାରିବେ, ଯାହାଙ୍କୁ ଆପଣଙ୍କ ପସନ୍ଦର ପାର୍ଟରୁ ଟିକେଟ ମିଳୁ ବୋଲି ଭାବୁଛନ୍ତି।
୨. ଆପଣଙ୍କ ସାହାଯ୍ୟରେ ପାର୍ଟି ଏବେ ଆଗାମୀ ଲୋକସଭା ନିର୍ବାଚନ -୨୦୧୯ ପାଇଁ ସର୍ବଶ୍ରେଷ୍ଠ ପ୍ରାର୍ଥୀର ଚୟନ କରିବାରେ ସକ୍ଷମ ହେବ।
୩. ଇଣ୍ଡିଭିଜୁଆଏ ନେତାକୁ ଆପ୍କୁ ଡାଉନ୍ଲୋଡ ବି କରି ପାରିବେ।
/sambad/media/post_attachments/wp-content/uploads/2019/03/download-3-11.jpg)
ନେତା ଆପ୍ର ବ୍ୟବହାର କିପରି କରିବେ ଜାଣନ୍ତୁ:
୧. ନିଜର ନିର୍ବାଚନ କ୍ଷେତ୍ର ଚୟନ କରନ୍ତୁ।
୨.ନିଜର ପସନ୍ଦର ପାର୍ଟିକୁ ଚୟନ କରନ୍ତୁ।
୩. ନିଜର ସବୁଠାରୁ ପସନ୍ଦର ପ୍ରାର୍ଥୀ ଚୟନ କରନ୍ତୁ।
୪. ଦେଖନ୍ତୁ କେଉଁ ପ୍ରାର୍ଥୀ/ପାର୍ଟି ଆଗରେ ରହିଛି।
୫. ଯଦି ଆପଣଙ୍କ ପାଖର ପସନ୍ଦ ପ୍ରାର୍ଥୀ ନାହିଁ ତେବେ ଆପ୍ରେ ପ୍ରାର୍ଥୀର ନାମ ଲେଖି ଏନ୍ଓଟିଏ (ନନ୍ ଅଫ୍ ଦ ଏଭବ୍) ନାମଙ୍କିତ କରିବାର ବିକଳ୍ପ ବି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/meta-1-784x441.jpg)