ନୂଆଦିଲ୍ଲୀ: ଅନେକ ଥର ଆମର ଫୋନ୍ ହଜିଯାଏ ଏବଂ ଫୋନ ହଜିଯିବା ପରେ ଆମେ କଣ କରିବା କଣ ନ କରିବା ତାହା ଜାଣିନଥାଉ | ମୋଟ ଉପରେ କହିବାକୁ ଗଲେ ହଜିଯାଇଥିବା ଫୋନକୁ ଅନ୍ୟ ଏକ ନମ୍ବରରୁ ଫୋନ କରିଥାଉ | ଯଦି କେହି ସହୃଦୟ ବ୍ୟକ୍ତି ପାଇଥାନ୍ତି ତେବେ ସେ ଫୋନ ଉଠାଇ ଫେରାଇଦେଇଥାନ୍ତି | ଆଉ ଯଦି ଏହା ଆଉ କାହା ହାତରେ ପଡିଯାଇଥାଏ, ତେବେ ସେ ଫୋନରୁ ସିମ କାର୍ଡ ବାହାର କରି ରଖିଦିଅନ୍ତି ବା ବିକ୍ରି କରିଦିଅନ୍ତି | ଫୋନ ହଜିଗଲେ ଏହା କେଉଁଠି ଅଛି ସେନେଇ ଆପଣ ଜାଣିପାରିବେ | ଆଜି ଆମେ ଆପଣଙ୍କୁ ମୋବାଇଲ ଫୋନ ଖୋଜିବାର ସବୁଠାରୁ ସହଜ ଉପାୟ ବାବଦରେ କହିବୁ | ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହୁଛୁ ଯାହା ମାଧ୍ୟମରେ ଆପଣ ଏକ ଆପ୍ ସହଜରେ ହଜିଯାଇଥିବା ଫୋନ୍ ପାଇପାରିବେ | ଆପଣ ଗୁଗୁଲ୍ ଫାଇଣ୍ଡ ମାଇଁ ଡିଭାଇସ୍ ଆପ ମାଧ୍ୟମରେ ଜାଣିପାରିବେ |
ଗୁଗୁଲ୍ ଫାଇଣ୍ଡ ମାଇଁ ଡିଭାଇସ୍ ଆପ କିପରି ବ୍ୟବହାର କରିବେ?
ଏହି ଆପ ଦ୍ୱାରା ଆପଣ ନିଜ ଫୋନର ଲୋକେସନକୁ ସହଜରେ ଟ୍ରାକ୍ କରିପାରିବେ | ଆପଣ ଆଉ ଏକ ଫୋନରେ ସମାନ ମେଲ୍ ଆଇଡି ସହିତ ଲଗ୍ଇନ୍ କରନ୍ତୁ |
ଏହା ପରେ ଅନେକ ବିକଳ୍ପ ଆସିଯିବ | ଏଥିରେ, ଆପଣ ନିଜ ଫୋନର ଲୋକେସନକୁ ଟ୍ରାକ୍ କରିବାକୁ ସମର୍ଥ ହେବେ | ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ ଆପଣଙ୍କ ଫୋନ୍ ଅନ୍ ଥିଲେ ହିଁ ଏହି ଆପ୍ କାମ କରିବ | ଏହା ସହ ଯଦି ଆପଣଙ୍କର ଫୋନର ଲୋକେସନ ଏବଂ ଇଣ୍ଟରନେଟ୍ କାମ କରୁଥିଲେ ହିଁ ଏହି ଆପ କାମ କରିବ |
ଏହି ଆପ୍ ମାଧ୍ୟମରେ ଆପଣ ମଧ୍ୟ ଆପଣଙ୍କର ଫୋନକୁ ରିଙ୍ଗ୍ ମଧ୍ୟ କରିପାରିବେ | ଆପଣ ଏହି ଆପ୍ ମାଧ୍ୟମରେ ଆପଣଙ୍କ ଫୋନର ଡାଟା ମଧ୍ୟ ଡିଲିଟ କରିପାରିବେ |