ପନିର କେମିତି ପ୍ରସ୍ତୁତ କରିବେ, ଏହାକୁ ଖୋଜିଛନ୍ତି ସର୍ବାଧିକ ଲୋକ

ନୂଆଦିଲ୍ଲୀ: ଆମେରିକାର ନଵନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ନ୍ୟୁଜ ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଭାରତବାସୀ ଅଧିକ ଖୋଜିଛନ୍ତି | ଏକଥା ଆମେ କହୁନାହୁଁ | ବରଂ ଗୁଗୁଲ ପକ୍ଷରୁ ପ୍ରକାଶିତ ‘ଇୟର ଇନ ସର୍ଚ୍ଚ’ ତାଲିକାରେ ଏହି ତଥ୍ୟ ପ୍ରକାଶ ପାଇଛି | ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସର୍ବାଧିକ ଖୋଜାଯାଇଥିବାବେଳେ ଦ୍ଵିତୀୟ ସ୍ଥାନରେ ନ୍ୟୁଜ୍ ଆଙ୍କର୍ ଅର୍ଣ୍ଣବ ଗୋସ୍ୱାମୀ ରହିଛନ୍ତି |

ଏହା ପରେ କନିକା କପୁର ତୃତୀୟ ସ୍ଥାନରେ ରହିଥିବାବେଳେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ, ଆଫଗାନିସ୍ତାନ କ୍ରିକେଟର ରସିଦ ଖାନଙ୍କ ସହ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, କଙ୍ଗନା ରାନାୱତ, ରିୟା ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେ ମଧ୍ୟ ଟପ ସର୍ଚ୍ଚରେ ସ୍ଥାନ ପାଇଛନ୍ତି | ଗୁଗୁଲ କହିଛି ଯେ ଏହି ଅନୁସନ୍ଧାନ ପ୍ରମାଣ କରିଛି ଯେ ଲକଡାଉନରେ ଲୋକମାନେ ଘରେ ରହି ଏହି ସବୁ ବ୍ୟକ୍ତିଙ୍କ ବାବଦରେ ଅଧିକ ଥର ଅନୁସନ୍ଧାନ କରିଛନ୍ତି |

photo-google

ସେହିପରି ଚଳିତ ବର୍ଷ ‘ଦିଲ ବେଚାରା’ ସର୍ବାଧିକ ଖୋଜା ଯାଇଥିବା ଚଳଚ୍ଚିତ୍ର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛି ତାମିଲ ଆକ୍ସନ୍ ଫିଲ୍ମ ‘ସୋରିରି ପୋଟ୍ରୁ’। ଏହା ବ୍ୟତୀତ ଲୋକମାନେ ତାନହାଜୀ, ଶକୁନ୍ତଳା ଦେବୀ, ଗୁଞ୍ଜନ ସାକ୍ସେନା ଓ ଲକ୍ଷ୍ମୀ ଭଳି ଫିଲ୍ମ ବାବଦରେ ଗୁଗୁଲରେ ଖୋଜିଛନ୍ତି |

ବଡ କଥା ହେଲା ଲୋକମାନେ ଗୁଗୁଲରେ ଖାଦ୍ୟପେୟ ଉପରେ ମଧ୍ୟ ଢ଼େର ଅନୁସନ୍ଧାନ କରିଛନ୍ତି | ପନିର(ଛେନା) କିପରି ପ୍ରସ୍ତୁତ କରାଯାଇପାରିବ, ରୋଗ ପ୍ରତିରୋଧକ ଶକ୍ତି କିପରି ବଢ଼ାଇବେ, ଡାଲଗୋନା କଫି କିପରି ପ୍ରସ୍ତୁତ କରାଯିବ ସେ ବାବଦରେ ମଧ୍ୟ ଗୁଗୁଲରେ ଅଧିକ ଥର ଖୋଜାଯାଇଛି |

ସମ୍ବନ୍ଧିତ ଖବର