ଆରମ୍ଭ ହେଲା ମୋଦୀ-ଟ୍ରମ୍ପଙ୍କ ମେଗା କାର୍ଯ୍ୟକ୍ରମ ‘ହାଓଡି ମୋଦୀ’, ଲାଇଭ ଦେଖନ୍ତୁ

ହ୍ୟୁଷ୍ଟନ : ଆଜି ଆମେରିକାର ଟେକ୍ସାସ ରାଜ୍ୟର ହ୍ୟୁଷ୍ଟନ ସହରରେ ବହୁପ୍ରତିକ୍ଷୀତ ମେଗା କାର୍ଯ୍ୟକ୍ରମ ହାଉଡି ମୋଦୀ ଆରମ୍ଭ ହୋଇଯାଇଛି । ପ୍ରଥମେ ଶିଖମାନଙ୍କ ପବିତ୍ର ଗୁରୁବାଣୀ ପ୍ରାର୍ଥନା ସହ ଏହା ଆରମ୍ଭ ହୋଇଛି ।

ଏହାର ଅବ୍ୟବହିତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ଵିଟ କରି କହିଛନ୍ତି ଯେ ସେ ହଷ୍ଟନଠାରେ ତାଙ୍କ ସାଙ୍ଗ ସହିତ ଯୋଗଦେବେ । ଟେକ୍ସାସରେ ଏକ ଚମତ୍କାର ଦିନ ଅପେକ୍ଷା କରିଛି ।

ଟ୍ରମ୍ପ ପ୍ରାୟ ଅଧଘଣ୍ଟା ଧରି ଏହି ସଭାରେ ମୋଟ ପ୍ରାୟ ୧୦୦ ମିନିଟ ଉପସ୍ଥିତ ରହିବେ ଓ ପ୍ରାୟ ଅଧଘଣ୍ଟା ଧରି ଭାଷଣ ଦେବେ ବୋଲି ଜଣାପଡିଛି । ନିଜ ଭାଷଣରେ ସେ ଭାରତ ଆମେରିକା ସଂପର୍କ ବିଷୟରେ କହିବେ ବୋଲି ଜଣାଯାଇଛି ।

 

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଟ୍ରମ୍ପ କେବଳ ଅଳ୍ପ ସମୟ ପାଇଁ ଏହି ସଭାରେ ଯୋଗ ଦେବେ । କିନ୍ତୁ ଏବେ ଜଣାପଡିଛି ଯେ ସେ ମିନିଟିଏ ଦୁଇମିନିଟ ନୁହେଁ, ପ୍ରାୟ ୩୦ ମିନିଟ ଧରି ଭାଷଣ ଦେବେ ।

ସମ୍ବନ୍ଧିତ ଖବର