ଆମେରିକୀୟ ସାଂସଦଙ୍କ ପତ୍ନୀଙ୍କୁ କ୍ଷମା ପ୍ରାର୍ଥନା କଲେ ମୋଦୀ! ଜାଣନ୍ତୁ କାରଣ
ନୂଆଦିଲ୍ଲୀ : ଆମେରିକାର ହଷ୍ଟନ ସହରରେ ଆୟୋଜିତ କରାଯାଇଥିବା ହାଓଡ଼ି ମୋଦୀ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଗତକାଲି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବା ବେଳେ ଶହ ଶହ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆମେରିକାର ରାଷ୍ଟ୍ରପତି ମଧ୍ୟ ମୋଦୀଙ୍କ ସହ ମଞ୍ଚ ଉପରକୁ ଯାଇଥିଲେ । ତେବେ ଏତେ ସବୁ ସମ୍ମାନ ମିଳିବା ପରେ ମୋଦୀ ଆମେରିକାର ଜଣେ ସାଂସଦଙ୍କ ପତ୍ନୀଙ୍କୁ କ୍ଷମା ମାଗିଥିବା ଜଣା ପଡ଼ିଛି । ଖବରଟି ପ୍ରଥମେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପରେ ପ୍ରକୃତ ଘଟଣାଟି ସାମ୍ନାକୁ ଆସିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
Here is what happened when PM @narendramodi met Senator @JohnCornyn. pic.twitter.com/O9S1j0l7f1
— PMO India (@PMOIndia) September 23, 2019
ସୂଚନା ମୁତାବକ, ଗତକାଲି ହାଓଡ଼ି ମୋଦୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସମସ୍ତ ସାଂସଦ ସେଠାରେ ଯୋଗ ଦେଇଥିଲେ । ଆମେରିକୀୟ ସାଂସଦ ଜନ୍ କୋର୍ନିନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସେ ତାଙ୍କ ପତ୍ନୀ ସ୍ୟାଣ୍ଡିଙ୍କ ଜନ୍ମଦିନ ପାଳନ କରି ପାରି ନଥିଲେ । ଏ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣା ପଡ଼ିବା ପରେ ସେ ସ୍ୟାଣ୍ଡିଙ୍କୁ ତୁରନ୍ତ ଯାଇ କ୍ଷମା ମାଗିଥିଲେ । ଯାହାର ଭିଡିଓ ପିଏମ୍ଓଙ୍କ ଟୁଇଟ୍ର ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓରେ, ମୁଁ କ୍ଷମା ଚାହିଁବି, ଆଜି ଆପଣଙ୍କ ଜନ୍ମଦିନ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ ସହ ନ ରହି ମୋ ସହ ରହିଥିଲେ । ଇର୍ଷା ତ ନିଶ୍ଚୟ ହେବ । କିନ୍ତୁ ମୁଁ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆପଣଙ୍କ ଉତ୍ତମ ଭବିଷ୍ୟତର କାମନା କରୁଛି ବୋଲି ମୋଦୀ କହୁଥିବା ଦେଖାଯାଇଛି ।