ରାଉରକେଲା: ହାୱଡା - ମୁମ୍ବାଇ ଏକ୍ସପ୍ରେସ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଅଘଟଣ ଫଳରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍‌। ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

publive-image

ଏହି ଟ୍ରେନ୍ ଝାରସୁଗୁଡ଼ା ଓ ରାଉରକେଲା ଦେଇ ଯାତାୟତ କରୁଥିବା ହେତୁ ଏଥିରେ ବହୁ ଓଡ଼ିଆ ଲୋକ ଯାତ୍ରା କରୁଥିବା ଅନୁମାନ କରାଯାଉଛି। ଏଥିଲାଗି ରେଳବାଇ ପକ୍ଷରୁ ଝାରସୁଗୁଡ଼ା ଓ ରାଉରକେଲା ହେଲ୍ପ ଲାଇନ୍ ଜାରି କରାଯାଇଛି।