ଅମ୍ଫାନ ପ୍ରଭାବରେ ୧୫୫ରୁ ୧୮୫ କିମି ବେଗରେ ପବନ ବହିବା ଭୟରେ ଲୁହା ଚେନ୍‌ରେ ରେଳଡବାଗୁଡ଼ିକୁ ବାନ୍ଧି ରଖାଗଲା

କୋଲାକତା; ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫାନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ। ପ୍ରତିଘଣ୍ଟାକୁ ୧୫୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବା ହେତୁ ସବୁଠାରୁ ଅଧିକ ପ୍ରଭାବ ରେଳ ସେବା ଉପରେ ପଡ଼ିଥିବା କୁହାଯାଉଛି। ଏଥିପାଇଁ ହାଓ୍ଵଡ଼ାରେ ରେଳ ଡବାଗୁଡ଼ିକୁ ମୋଟା ଲୁହା ଚେନ୍‌ରେ ବନ୍ଧା ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କରିବା ପଛର କାରଣ ହେଉଛି, ରେଳ ଡବାଗୁଡ଼ିକ ପବନର ବେଗରେ ଯେପରି ବିନା ଇଞ୍ଜିନ୍‌ରେ ଏଣେତେଣ ଚାଲି ନଯାଏ।

रेलवे पर मंडरा रहा चक्रवाती तूफान अम्फान का खतरा (तस्वीर- वैद्यनाथ झा)
https://aajtak.intoday.in/

ଅମ୍ଫାନ ପ୍ରଭାବରେ ଘଣ୍ଟା ପ୍ରତି ୧୫୫ରୁ ୧୮୫କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ। ଭାରତ ପାଣିପାଗ ବିଭାଗ ଅନୁସାରେ, ଏହି ସମୟରେ ପଶ୍ଚିମବଙ୍ଗ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ସମୁଦ୍ରରେ ଚାରିରୁ ପାଞ୍ଚ ମିଟର ଉଚ୍ଚରେ ଲହଡ଼ି ଉଠିବ। ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌ର ୧୯ଟିମ୍‌କୁ ପଶ୍ଚିମବଙ୍ଗ ଓ ୧୫ଟି ଟିମ୍‌ ଓଡ଼ିଶାରେ ନିୟୋଜିତ କରାଯାଇଛି। ସେହିପରି ୬ଟି ଟିମ୍‌କୁ ଏଭଳି ଭାବେ ପ୍ରସ୍ତୁତ ରଖାଯାଇଛି କି ଆବଶ୍ୟକ ପଡ଼ିଲେ ଏୟାରଲିପ୍ଟ କରି ପହଞ୍ଚା ଯାଇ ପାରିବ।

ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୨୦୮ ମିମି ବର୍ଷା ରେକର୍ଡ଼ ହୋଇଛି । ଚାନ୍ଦବାଲିରେ ୬୭ ମିମି ଓ ଭୁବନେଶ୍ୱରରେ ୪୭ ମିମି ବର୍ଷା ରେକର୍ଡ଼ ହୋଇଛି ।

ସମ୍ବନ୍ଧିତ ଖବର