ଏଚ୍‌ପି ୬,୦୦୦ କର୍ମଚାରୀ ଛଟେଇ କରିବ

ନୂଆଦିଲ୍ଲୀ: ଆମେରିକା ପ୍ରଯୁକ୍ତି ଶିଳ୍ପରେ ଛଟେଇ ଧାରା ବନ୍ଦ ହେଉନାହିଁ। କିଛି ଦିନ ହେଲାଣି ଗୋଟିଏ ପରେ ଗୋଟିଏ କଂପାନି ଛଟେଇ ସମ୍ପର୍କର ଘୋଷଣା କରୁଛନ୍ତି। ଟ୍ବିଟର, ଆମାଜନ, ମେଟା, ଗୁଗୁଲ୍ ପରେ ଏହି ତାଲିକାରେ ଏଚ୍‌ପିର ନାମ ଯୋଡ଼ି ହୋଇଛି। ଏଚ୍‌ପି ହେଉଛି ଲାପ୍‌ଟପ୍ ଓ ଡେସ୍କଟପ୍ ନିର୍ମାତା। ‌ଡେସ୍କଟପ୍ ଚାହିଦା ହ୍ରାସ ପାଇଥିବାରୁ କଂପାନି ଏହାର ୬୦୦୦ କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ବିଚାର କରୁଛି। ତେବେ ଏକକାଳୀନ କଂପାନି କର୍ମଚାରୀଙ୍କୁ ବିଦା କରିବ ନାହିଁ।

୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ କର୍ମଚାରୀ ସଂଖ୍ୟାକୁ କଂପାନି ହ୍ରାସ କରିବ। ଏଚ୍‌ପି ପାଇଁ ବର୍ତ୍ତମାନ ୫୦,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କେବଳ ଏଚ୍‌ପି ନୁହେଁ ଚିପ୍ ନିର୍ମାତା ଇଣ୍ଟେଲ ମଧ୍ୟ କର୍ମଚାରୀ ଛଟେଇ ଯୋଜନା ରଖିଛି। ଏହି ସଂସ୍ଥା ପାଇଁ ୧,୧୩,୭୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କଂପାନି ୨୦% କର୍ମଚାରୀଙ୍କୁ ଛଟେଇ କରିବାକୁ ଚାହୁଛି।

ସମ୍ବନ୍ଧିତ ଖବର