ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ଏବଂ ରାଷ୍ଟ୍ର ମନ୍ତ୍ରୀ (ଏଚଆରଡି) ସଞ୍ଜୟ ଧୋତ୍ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ଦ୍ୱାରା ବିକଶିତ ସ୍ୱଳ୍ପ ମୂଲ୍ୟର କୋଭିଡ -୧୯ ଟେଷ୍ଟିଙ୍ଗ କିଟ ଲଞ୍ଚ କରିଛନ୍ତି। ଆଜି ଏହି ଟେଷ୍ଟିଙ୍ଗ କିଟ ଲଞ୍ଚ କରାଯାଇଥିବା ବେଳେ ଏହାର ଦାମ ଶସ୍ତା ରହିଥିବା କହିଛନ୍ତି ରମେଶ ପୋଖ୍ରିଆଲ ନିଶଙ୍କ | ବିଶ୍ୱରେ କୋଭିଡ-୧୯ ଚିହ୍ନଟ ପାଇଁ ବ୍ୟବହାର ହେଉଥିବା ଟେଷ୍ଟିଙ୍ଗ କିଟର ଦାମଠାରୁ ଏହାର ଦାମ ଖୁବ କମ ବୋଲି ଜଣାପଡିଛି |
ମାନବ ସମ୍ବଳ ବିକାଶ ମନ୍ତ୍ରୀ ଏହି ଉନ୍ମୋଚନକୁ ଏକ ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଡାଇଗ୍ନୋଷ୍ଟିକ୍ କିଟ୍ ବିକାଶ ପାଇଁ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞ ଦଳକୁ ପ୍ରଶଂସା କରିଛନ୍ତି। ଟେଷ୍ଟ କିଟ୍ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଏକ ବିକଳ୍ପ ପରୀକ୍ଷା ପଦ୍ଧତି ବ୍ୟବହାର କରେ ଏବଂ କମ୍ପାନୀ ନ୍ୟୁଟେକ୍ ମେଡିକାଲ୍ ଦ୍ୱାରା ଏହାର ନାଁ ‘କରୋସର୍’ ରଖାଯାଇଥିବା ଜଣା ପଡିଛି |
/sambad/media/post_attachments/130efb007090dee5032c9d561495d686c2d13e1f7584789e64756156d2b0fdcf.jpg)
ଏହି ଅବସରରେ 'କୋରୋସର'ର ପରିଚାଳନା ନିର୍ଦ୍ଦେଶକ ଜତିନ ଗୋୟଲ କହିଛନ୍ତି ଯେ, କିଟର ମୋଟ ମୂଲ୍ୟ ପ୍ରାୟ ୬୫୦ ଟଙ୍କା ରହିଛି । ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଟେଷ୍ଟ କିଟ୍ ତୁଳନାରେ ଏହା ନିଶ୍ଚିତ ଭାବରେ ଶସ୍ତା ଅଟେ । ଏହା ଅତି ସୁଲଭ ମୂଲ୍ୟରେ ମାସକୁ ଦୁଇ ଲକ୍ଷ ପରୀକ୍ଷା କରିପାରିବ | ଏହି ଉତ୍ପାଦକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏବଂ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ଅନୁମୋଦନ କରିଛନ୍ତି।