ସିବିଏସଇ ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ସିବିଏସଇ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗରେ ମତ ରଖିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ରାଜ୍ୟସଭାରେ ସେ କହିଛନ୍ତି ଯେ ‘କୌଣସି ଲାଭ ବା କ୍ଷତି ନାହିଁ’ନୀତି ଅନୁସାରେ କରାଯାଇଛି । (ଅର୍ଥାତ ଯେତିକି ଖର୍ଚ୍ଚ ହେଉଛି ତାହାର ଭରଣା କରିବାକୁ ଫି ବୃଦ୍ଧି କରାଯାଇଛି )।
ସିବିଏସଇ ପକ୍ଷରୁ ଗତ ଅଗଷ୍ଟ ମାସରେ ଉଭୟ ଅନୁସୂଚୀତ ଜାତି, ଜନଜାତି ଓ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଲାଗି ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଫି ବୃଦ୍ଧି କରାଯାଇଥିଲା । ପୂର୍ବରୁ ଏସ୍ସି-ଏସ୍ଟି ଛାତ୍ରଛାତ୍ରୀମାନେ ୫୦ ଟଙ୍କା ପରୀକ୍ଷା ‘ଫି’ ଦେଉଥିବା ବେଳେ ନୂତନ ନିୟମ ଅନୁସାରେ ସେମାନଙ୍କୁ ୧୨ ଶହ ଟଙ୍କା ଗଣିବାକୁ ପଡ଼ିବ।
ସିବିଏସଇ ବିଜ୍ଞପ୍ତି ଅନୁସାରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି ୧୫ ଶହ ଟଙ୍କା କରି ଦିଆଯାଇଛି। ପୂର୍ବରୁ ଏହି ବର୍ଗର ଛାତ୍ରଛାତ୍ରୀମାନେ ୧୨ ଶହ ଟଙ୍କା ଦେଉଥିଲେ। ମାଇଗ୍ରେସନ୍ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କା ଦେବାକୁ ପଡ଼ିବ। ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର