ନୂଆଦିଲ୍ଲୀ: ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବେ ସରକାରୀ ଭାବେ ଶିକ୍ଷା ମନ୍ତ୍ରାଳୟ ଭାବେ ପରିବର୍ତ୍ତିତ ହୋଇଛି।

Advertisment

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରାଯାଇ ଶିକ୍ଷା ମନ୍ତ୍ରାଳୟ କରାଯାଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମତି ଦେଇଛନ୍ତି ବୋଲି ସୋମବାର ଦିନ ଗେଜେଟ୍‌ରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ବିଜ୍ଞପ୍ତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ଶିକ୍ଷା ମନ୍ତ୍ରାଳୟ’କୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ପ୍ରତିବଦଳ ନାମ ଭାବେ ଗୃହୀତ କରାଯାଇଛି।

publive-image Image Courtesy of Zee News

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଜାତୀୟ ଶିକ୍ଷା ନୀତି ଚିଠାରେ ଅଣାଯାଇଥିବା ଅନେକ ପରିବର୍ତ୍ତନ ମଧ୍ୟରୁ ମନ୍ତ୍ରାଳୟ ନାମ ପରିବର୍ତ୍ତନ ପ୍ରସ୍ତାବ ଅନ୍ୟତମ। ଜୁଲାଇ ମାସରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଥିଲା।

ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୮୫ ମସିହାରେ ଶିକ୍ଷା ମନ୍ତ୍ରାଳୟର ନାମ ପରିବର୍ତ୍ତନ କରାଯାଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ରଖାଯାଇଥିଲା। ୧୯୮୬ରେ ପ୍ରବର୍ତ୍ତିତ ଜାତୀୟ ଶିକ୍ଷା ନୀତି ଶେଷଥର ଲାଗି ୧୯୯୨ରେ ସଂଶୋଧିତ ହୋଇଥିଲା। ରାଜୀବ ଗାନ୍ଧୀ ପିଭି ନରସିଂହ ରାଓଙ୍କୁ ପ୍ରଥମ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ।