ଅବ୍‌ଦୁଲ୍‌ କଲାମ ଦ୍ୱୀପରୁ ଏଚ୍‌ଏସ୍‌ଟିଡିଭି ଉତ୍‌କ୍ଷେପଣ ସଫଳ

ଭୁବନେଶ୍ୱର: ବୁଧବାର ଦିନ ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ଅବ୍‌ଦୁଲ୍‌ କଲାମ ଦ୍ୱୀପରୁ ‘ଏଚ୍‌ଏସ୍‌ଟିଡିଭି’ର (ହାଇପର୍‌ସୋନିକ୍‌ ଟେକ୍ନୋଳଜି ଡେମନ୍‌ଷ୍ଟ୍ରେଟିଭ୍‌ ଭେଇକ୍ଲ୍‌) ଉତ୍‌କ୍ଷେପଣ ସଫଳ ହୋଇଛି।

୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା।

ପୂର୍ବରୁ ୨୦୧୭ରେ ମଧ୍ୟ ଦୁଇ ଥର ଏଚ୍‌ଏସ୍‌ଟିଡିଭିକୁ ସଫଳତାର ସହ ପରୀକ୍ଷା କରାଯାଇଥିଲା।

ଘଣ୍ଟାପ୍ରତି ୭, ୯୯୨ କିଲୋମିଟର୍‌ ବେଗରେ ଏଚ୍‌ଏସ୍‌ଟିଡିଭି ୨୦ ସେକେଣ୍ଡ୍‌ରେ ୩୨. ୫ କିଲୋମିଟର୍‌ ଯାଏଁ ଗତି କରିପାରିବ।

ସମ୍ବନ୍ଧିତ ଖବର