ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ବିଶ୍ବବାସୀଙ୍କ ଭିତରେ ବେଶ୍ ତତ୍ପରତା ଦେଖିବାକୁ ମିଳିଛି। ବିଶ୍ବ ସାରା ଲୋକ କେଉଁ ନା କେଉଁ ଉପାୟରେ ଏହି ମହାମାରୀର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ପୃଥିବୀର ଏହି ଦୁର୍ଦ୍ଦିନରେ ଅନେକ ଲୋକ ନିଜ ନିଜର ସହାୟତା ବି ପ୍ରଦାନ କରିଛନ୍ତି।
ଏହି ସହାୟତା ଦୌଡ଼ରେ ସାମିଲ୍ ହୋଇଛନ୍ତି ପ୍ରସିଦ୍ଧ ବୈଜ୍ଞାନିକ ଦିବଗଂତ ଷ୍କିଫେନ୍ ହକିଂଙ୍କ ପରିବାର ଲୋକ। ଷ୍ଟିଫେନ୍ ହକିଂ ଆଜି ନଥିଲେ ବି ତାଙ୍କର ଅଂଶଦାନ ପୃଥିବୀ ପାଇଁ ଏବେ ବି ରହିଛି, ପରିବାର ଲୋକଙ୍କ ଜରିଆରେ ହେଉ ପଛେ। ତାଙ୍କର ଏହି ଭେଣ୍ଟିଲେଟର୍ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ଲଗାଯିବ।
ଜାଣିବାକୁ ମିଳିଛି ଯେ ଷ୍ଟିଫେନ୍ଙ୍କ ପରିବାର ଲୋକ ସେ ରହିଥିବା ଭେଣ୍ଟିଲେଟର୍କୁ ବ୍ରିଟେନ୍ର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିସନ୍କୁ ଦାନ କରି ଦେଇଛନ୍ତି। ଯେଉଁଠାରେ ପ୍ରଫେସନ୍ ହକିଂଙ୍କ ଚିକିତ୍ସା କରାଯାଉଥିଲା ସେହି ହସ୍ପିଟାଲ୍କୁ ପରିବାର ଲୋକ ତାଙ୍କ ଭେଣ୍ଟିଲେଟର୍କୁ ଦାନ କରି ଦେଇଛନ୍ତି।
ଆପଣ ଜାଣିଥିବେ ନିଶ୍ଚୟ ଯେ ଏକ ଦୀର୍ଘକାଳୀନ ରୋଗର ଆକ୍ରାନ୍ତ ହୋଇଥିବା ଏହି ବୈଜ୍ଞାନିକ ୨୦୧୮ ମସିହାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୨୧ ବର୍ଷରୁ ହିଁ ସେ ଏହି ମାରାତ୍ମକ ରୋଗର ଶିକାର ହୋଇଥିଲେ। ଏପରି ଏକ ରୋଗ କାରଣରୁ ଏହି ପ୍ରସିଦ୍ଧ ବୈଜ୍ଞାନିକଙ୍କର ଧୀରେ ଧୀରେ ଗୋଟାଏ ପରେ ଗୋଟାଏ ଅଙ୍ଗ କାମ କରିବା ବନ୍ଦ କରିଦେଲା। ଫଳରେ ତାଙ୍କର ସଂପୂର୍ଣ୍ଣ ଶରୀର ଅଚଳ ହେବାକୁ ବସିଲା। ଶେଷ ସମୟ ବେଳକୁ କେବଳ ତାଙ୍କ ଆଖି ଓ ମତ୍ସିଷ୍କ କାମ କରୁଥିଲା।