ଉଦ୍ଧବ ଠାକରେଙ୍କ ଉପରେ କାହିଁକି ଅସନ୍ତୁଷ୍ଟ ଅଛନ୍ତି ଏକନାଥ ସିନ୍ଦେ ?

ମୁମ୍ବାଇ : ଶିବସେନାର ଜଣେ ଟାଣୁଆ ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ଉଦ୍ଧବ ଠାକରେ ସରକାର ଉପରେ ବିପଦ ମାଡ଼ିଆସିଛି । ତେବେ ଉଦ୍ଧବ ଠାକରେଙ୍କ ବିରୋଧରେ ସେ କାହିଁକି ବିଦ୍ରୋହ କଲେ ?

ମରାଠୀ ଖବରକାଗଜ ଲୋକମତର ଏକ ରିପୋର୍ଟ ଅନୁସାରେ ଉଦ୍ଧବଙ୍କ ଉପରେ ଏକନାଥଙ୍କ ଅସନ୍ତୋଷ ରାଜ୍ୟରେ ମହା ବିକାଶ ଅଘାଡି (ଏମଭିଏ) ସରକାର ଗଠନ ହେବା ପରଠାରୁ ଆରମ୍ଭ ହୋଇଥିଲା । ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ପଦପାଇଁ ପ୍ରଥମେ ଏକନାଥଙ୍କ ନାମ ଉଠିଥିଲା । କିନ୍ତୁ ଉଦ୍ଧବ ନିଜେ ମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ ।

ମେଣ୍ଟ ସରକାରରେ ଏକନାଥଙ୍କୁ ନଗର ଉନ୍ନୟନ ବିଭାଗ ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଥିଲେ ବି ତାଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇନଥିଲା । ଏପରିକି ଏକ ଫାଇଲରେ ସ୍ବାକ୍ଷର କରିବା ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅନୁମତି ନେବାକୁ ପଡୁଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ସେହିପର ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଏନସିପିକୁ ଦିଆଯିବାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ ।  ଶିବସେନାର ବିଧାୟକମାନଙ୍କୁ ଯଥେଷ୍ଟ ପରିମାଣରେ ପାଣ୍ଠି ଆବଣ୍ଟନ କରାଯାଉନଥିଲା, ଫଳରେ ଅନେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇପଡ଼ିରହିଥିଲା । ଅନ୍ୟପକ୍ଷରେ ଶିବସେନାର ସାଂଗଠନିକ ସ୍ତରରେ ତାଙ୍କୁ କଣଠେସା କରିଦିଆଯାଇଥିଲା । ଏହା ମଧ୍ୟ ଅସନ୍ତୋଷର ଏକ କାରଣ ବୋଲି କୁହାଯାଉଛି ।

ଗତ କିଛି ମାସ ହେଲା ଉଦ୍ଧବ ଠାକରେଙ୍କ ସହ ଏକନାଥଙ୍କର କୌଣସି ଯୋଗାଯୋଗ ନଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର