ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେବା ପରେ ବାଂଲାଦେଶର ସ୍ଥିତି କିପରି ହୋଇଛି ତାହା ପୂରା ବିଶ୍ବ ଦେଖୁଛି। ଉପୁଜିଥିବା ଦଙ୍ଗାକୁ ଭୟ କରି ଶେଖ ହସିନା ନିଜ ଦେଶ ଛାଡ଼ି ଆସି ଭାରତରେ ଆଶ୍ରୟ ଦେଇଛନ୍ତି। ତେବେ ଏହାକୁ ନେଇ ଭାରତ ସରକାର ମଧ୍ୟ ବେଶ୍ ଭୟଭୀତ ଅଛନ୍ତି। ବାଂଲାଦେଶ ଭାରତର ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ତାହାର ପ୍ରଭାବ ସିଧାସଳଖ ଆମ ଦେଶ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି ବାଂଲାଦେଶରେ ଥିବା ଭାରତୀୟଙ୍କ ପାଇଁ ସରକାର ବିଶେଷ ଭାବେ ଚିନ୍ତିତ। ତେବେ ଏହାରି ମଧ୍ୟରେ ଭାରତରେ ବାଂଲାଦେଶ ଭଳି ସ୍ଥିତି ହୋଇପାରେ ବୋଲି କହିଛନ୍ତି କଂଗ୍ରେସ ନେତା ସଲମାନ୍ ଖୁର୍ସିଦ । ମଙ୍ଗଳବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ସେ ।
ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଶିକ୍ଷାବିତ୍ ମୁଜିବର ରହମାନଙ୍କ ଲିଖିତ ପୁସ୍ତକ ‘ ଶିକୱା –ଏ- ହିନ୍ଦ ; ଦ ପଲିଟିକାଲ ଫ୍ୟୁଚର ଅଫ୍ ଇଣ୍ଡିଆନ୍ ମୁସ୍ଲିମ୍’ର ଉନ୍ମୋଚନ କରିବା ଅବସରରେ ଖୁର୍ସିଦ କହିଛନ୍ତି, ‘‘ବାଂଲାଦେଶ ଭଳି ପରିସ୍ଥିତି ଭାରତରେ ମଧ୍ୟ ଉପୁଜିପାରେ । ଅବଶ୍ୟ ଭାରତରେ ସବୁକିଛି ସାମାନ୍ୟ ଲାଗିପାରେ । ଆମେ ବିଜୟର ଉତ୍ସବ ପାଳନ କରୁଥାଇପାରେ । କିନ୍ତୁ ଅନେକ ଲୋକଙ୍କ ମତରେ ୨୦୨୪ର ବିଜୟ ପରେ ବି ଆହୁରି ଅନେକ କିଛି କରିବାକୁ ବାକି ଅଛି, ଯାହା ଦେଶରେ ବିଦ୍ରୋହକୁ ବଳ ଦେଇପାରେ। ବାଂଲାଦେଶ ଭଳି ସ୍ଥିତି ଆଗକୁ ଉପୁଜିପାରେ। ଆମ ଦେଶର କିଛି ନୀତି ଆଦର୍ଶ, ଯାହା ବାଂଲାଦେଶ ଭଳି ସ୍ଥିତିକୁ ନିମନ୍ତ୍ରଣ କରୁଛି; ତାହାକୁ ଅସ୍ବୀମାର କରାଯାଇନପାରେ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Untitled-33.jpg)