ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ମାମଲାରେ ଜେଲ୍ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଆସିବା ପରେ ଖୁସିରେ ଆତ୍ମବିଭୋର ହୋଇ ଉଠିଛନ୍ତି ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆ।
ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଆପ୍ର ନେତାମାନେ ବସି ଏକ ଲାପ୍ଟପ୍ରେ ଶୁଣାଣି ଖବର ଉପରେ ନଜର ରଖିଥାନ୍ତି। ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ କେଜ୍ରିୱାଲ୍ଙ୍କୁ ଜାମିନ୍ ମିଳିଛି ଏକଦମ ଖୁସି ହୋଇଗଲେ। ସିସୋଦିଆ ଖୁସିରେ ନିଜ ପାଖରେ ବସିଥିବା ଆପ୍ ନେତ୍ରୀ ଅତିଶୀଙ୍କୁ ଆଲିଙ୍ଗନ କରି ପକାଇଥିଲେ।
ଦୀର୍ଘ ଦିନ ଧରି ବନ୍ଦୀ ରହିବା ଅନ୍ୟାୟ ବୋଲି କହି କେଜ୍ରିୱାଲଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଉଜ୍ବଳ ଭୁୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ କେଜ୍ରିୱାଲଙ୍କୁ ୧୦ ଲକ୍ଷ ଟଙ୍କାର ଜାମିନ୍ ବଣ୍ଡ ପ୍ରଦାନ କରିବା ସହ ଜାମିନ୍ ମଞ୍ଜୁର କରିଛନ୍ତି।
ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ​​ପ୍ରଚାର ପାଇଁ ମଇ ୧୦ ତାରିଖରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା ଏବଂ ସେ ଆତ୍ମସମର୍ପଣ କରିବା ପରେ ଜୁନ୍ ୨ ତାରିଖରୁ ଜେଲରେ ଥିଲେ।
ଇଡି ଦ୍ବାରା ଗିରଫଦାରୀକୁ ନେଇ କେଜ୍ରିୱାଲ୍ଙ୍କୁ ପୂର୍ବରୁ ଜାମିନ୍ ମିଳି ସାରିଥିବା ବେଳେ ସିବିଆଇ ଦ୍ବାରା ହୋଇଥିବା ଗିରଫଦାରୀକୁ ସେ ଚ୍ୟାଲେଞ୍ଜ କରିଥିଲେ। ଯେଉଁ ମାମଲାରେ ତାଙ୍କୁ ଆଜି ଜାମିନ୍ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/oMuh1sb3Lm24THfBdqBR.jpg)