ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଭାରତର ମୁସଲିମ୍ ମହିଳାମାନେ ଏକାକୀ ହଜ୍ ଯାତ୍ରା କରିବେ। ସମୁଦାୟ ୧୩୦୮ ଜଣ ମୁସଲିମ୍ ମହିଳା ଏଥର ମେହରମ୍ଙ୍କ ବିନା ଏକାକୀ ହଜ୍ ଯାତ୍ରା କରିବେ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ଦାସ ନକ୍ଭି ସୂଚନା ଦେଇଛନ୍ତି। ଜଣାଯାଇଛି ଯେ ଚଳିିତବର୍ଷ ହଜ୍ ଯାତ୍ରାପାଇଁ ସମୁଦାୟ ୩,୫୫,୬୦୪ଟି ଆବେଦନ ଗ୍ରହଣ କରାଯାଇଛି। ଏଥି ମଧ୍ୟରୁ ୧ ଲକ୍ଷ ୬୬ ହଜାର ୩୮୭ ଜଣ ମହିଳା ଥିବା ଜଣାପଡ଼ିଛି। ତେବେ ପ୍ରଥମ ଥର ପାଇଁ ମଧ୍ୟ ସାଉଦି ଆରବ୍ରେ ତୀର୍ଥଯାତ୍ରୀଙ୍କୁ ସହଯୋଗ କରିବାପାଇଁ ୯୮ ମହିଳା ହଜ୍ ଅଧିକାରୀ, ସଂଯୋଜକ, ସହଯୋଗୀ, ଡକ୍ଟର ଏବଂ ସହାୟକ ମୁତୟନ ହୋଇଛନ୍ତି। ତେବେ ହଜ୍ ରିହାତି ବନ୍ଦ ହୋଇଥିଲେ ସୁଦ୍ଧା ଯେଉଁମାନେ କେନ୍ଦ୍ରୀୟ ହଜ୍ କମିଟି ଦ୍ୱାରା ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ବିମାନରେ ୫୭ କୋଟି ଟଙ୍କା କମ୍ ଦେବାକୁ ପଡ଼ିବ। ହଜ୍ ପାଇଁ ପ୍ରଥମ ବିମାନ ରହିଛି ଜୁଲାଇ ୧୪ ଏବଂ ଶେଷ ବିମାନ ରହିଛି ଅଗଷ୍ଟ ୩ ତାରିଖରେ।
ହଜ୍ ଯାତ୍ରାରେ ଏକାକୀ ଯିବେ ୧୩୦୮ ମହିଳା
/sambad/media/post_attachments/wp-content/uploads/2018/07/women-haj.jpg)