ଫିରୋଜପୁର: ଫିରୋଜପୁର ସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରୁ ଆଜି ବିଏସଏଫ୍ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି। ଫିରୋଜପୁରର ରାଜା ମୋହତମ ନିକଟରୁ ଆଜି ୬ଟି ମାଗାଜିନ ସମେତ ୩ଟି ଏକେ ସିରିଜ୍ ରାଇଫଲ୍ , ୪ ମାଗାଜିନ୍ ସହ ୨ଟି ଏମ୍୩ ସବ୍ ମେସିନ ଗନ୍ ଏବଂ ୨ଟି ମାଗାଜିନ ସହ ୨ଟି ପିସ୍ତଲ ଜବତ ହୋଇଛି।
ପାକିସ୍ତାନରୁ ଏହି ଅସ୍ତ୍ର ଚୋରାଚାଲାଣ ହୋଇଥିବା କୁହାଯାଉଛି। ସୂଚନା ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।