ଅଯୋଧ୍ୟା: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ କାଶୀ ଓ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ବି ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି। କୁମ୍ଭମେଳା ପାଇଁ ବିଦେଶ ଓ ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଅଯୋଧ୍ୟା ଆସୁଛନ୍ତି। କ୍ରମାଗତ ଭାବେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ସମସ୍ତ ବ୍ୟବସ୍ଥା ବ୍ୟାହତ ହେଉଥିବା ବେଳେ କଟକଣା ଯୋଗୁଁ ସ୍ଥାନୀୟ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଯୋଧ୍ୟାର ସ୍ଥିତି ଏପରି ହୋଇଛି ଯେ ଜାତୀୟ ରାଜପଥରୁ ରାମ ମନ୍ଦିର ଦ୍ୱାର, ହନୁମାନଗଡ଼ୀ ଏବଂ ଅଯୋଧ୍ୟାର ପ୍ରାଚୀନ ମଠ-ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଲମ୍ବା ଧାଡ଼ି ଲାଗିଛି।

Advertisment

ଅଯୋଧ୍ୟାର ମଠ ଓ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ସେପଟେ ଅଯୋଧ୍ୟା ସୀମାରେ ମଧ୍ୟ ଲମ୍ବା ଟ୍ରାଫିକ ଜାମ୍ ଦେଖିବାକୁ ମିଳୁଛି । ଅଯୋଧ୍ୟାରୁ ରାୟବରେଲୀ ରାସ୍ତା ହେଉ କିମ୍ବା ଅଯୋଧ୍ୟାରୁ ପ୍ରୟାଗରାଜ ରାସ୍ତା ହେଉ, ଅଯୋଧ୍ୟାକୁ ଯାଉଥିବା ସମସ୍ତ ରାସ୍ତାରେ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି।

ଅଯୋଧ୍ୟାର ମଠ ଓ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ସେପଟେ ଅଯୋଧ୍ୟା ସୀମାରେ ମଧ୍ୟ ଲମ୍ବା ଟ୍ରାଫିକ ଜାମ୍ ଦେଖିବାକୁ ମିଳୁଛି । ଅଯୋଧ୍ୟାରୁ ରାୟବରେଲୀ ରାସ୍ତା ହେଉ କିମ୍ବା ଅଯୋଧ୍ୟାରୁ ପ୍ରୟାଗରାଜ ରାସ୍ତା ହେଉ, ଅଯୋଧ୍ୟାକୁ ଯାଉଥିବା ସମସ୍ତ ରାସ୍ତାରେ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ରବିବାର ବହୁ ସଂଖ୍ୟାରେ ବାହାର ଭକ୍ତ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଥିଲେ। ରାମନଗରରୁ ପ୍ରୟାଗରାଜ, ଲକ୍ଷ୍ନୌ, ରାଏବରେଲି, ଗୋରଖପୁର, ଗୋଣ୍ଡା ଏବଂ ଆମ୍ବେଦକରନଗରକୁ ସଂଯୋଗ କରୁଥିବା ରାଜପଥରେ ଭକ୍ତଙ୍କ ଯାନବାହନକୁ କିଛି ସମୟ ପାଇଁ ଅଟକାଇବାକୁ ପଡ଼ିଥିଲା। ପ୍ରୟାଗରାଜ ଓ ରାଏବରେଲି ରାଜପଥରୁ ଅଯୋଧ୍ୟାକୁ ସର୍ବାଧିକ ଭିଡ଼ ଆସୁଛି।