ସକାଳୁ ଦିଲ୍ଲୀରେ ଭୀଷଣ ଝଡ଼ବତାସ ହେତୁ ବିଜୁଳି ବିଭ୍ରାଟ, ବିମାନ ଚଳାଚଳ ବ୍ୟାହତ

ନୂଆଦିଲ୍ଲୀ: ଆଜି ସକାଳେ ଭୀଷଣ ବତାସ ସହ ପ୍ରବଳ ବର୍ଷା ହେବାରୁ ଦିଲ୍ଲୀ ଓ ଆଖପାଖ କେତେକ ଅଞ୍ଚଳରେ ବିଜୁଳି ବିଭ୍ରାଟ ଘଟିଛି ଓ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି।

ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଥିବାରୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିବା ପୂର୍ବରୁ ବିମାନ ଉଡ଼ାଣର ସମୟ ଆଦି ଯାଞ୍ଚ କରି ନେବାକୁ ବିଭିନ୍ନ ଏୟାର୍‌ଲାଇନ୍‌ ସେମାନଙ୍କ ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।

Image Courtesy of Zee News

ଆଗାମୀ ଦୁଇ ଘଣ୍ଟା ଧରି ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା। ଏଥିଯୋଗୁଁ, ଜରାଜୀର୍ଣ୍ଣ ଘର, ଚାଳଘର କ୍ଷତିଗ୍ରସ୍ତ ହେବା ସହ ଯାନବାହନ ଓ ବିମାନ ଚଳାଚଳ ପ୍ରଭାବିତ ହେବ। ଯଥାସମ୍ଭବ ଲୋକେ ଘରେ ରହିବା ଉତ୍ତମ। ବିଶେଷ ପରିସ୍ଥିତିରେ ନିରାପଦ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ, କିନ୍ତୁ କ‌ୌଣସି ଗଛମୂଳେ ଆଶ୍ରୟ ନିଅନ୍ତୁ ନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ଦିଲ୍ଲୀ, ନଇଡ଼ା ଏବଂ ଗାଜିଆବାଦର କେତେକ ପ୍ରାନ୍ତରେ ଭୀଷଣ ପବନ ଓ ବତାସ ଯୋଗୁଁ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର