ଭାରତୀୟ ନୌସେନା ପାଇଁ ବଡ଼ ବିପଦ ହେବାକୁ ଯାଉଛି ଚୀନ : ଆମେରିକା

ନୂଆଦିଲ୍ଲୀ : ଆଫ୍ରିକାର ଜିବୁତିଠାରେ ଥିବା ଚୀନର ସାମରିକ ଘାଟି ଭବିଷ୍ୟତରେ ଭାରତୀୟ ନୌସେନା ପାଇଁ ବିପଦ ସୃଷ୍ଟି କରିବ । କାରଣ ଏହି ସାମରିକ ଘାଟିରେ ଚୀନ ବିମାନବାହୀ ଯୁଦ୍ଧପୋତ, ଯୁଦ୍ଧ ଜାହାଜ ଓ ବୁଡ଼ାଜାହାଜ ମୁତୟନ କରିବ ବୋଲି ଆମେରିକା ଆଶଙ୍କା ପ୍ରକଟ କରିଛି ।

ନିକଟରେ ପ୍ରକାଶିତ ଆମେରିକା ପ୍ରତିରକ୍ଷା ବିଭାଗର ବାର୍ଷିକ ରିପୋର୍ଟରେ ଏହି ସତର୍କ ସୂଚନା ଦିଆଯାଇଛି । ଆମେରିକା କଂଗ୍ରେସରେ ଆଗତ ହୋଇଥିବା ଏହି ରିପୋର୍ଟ ଗତ ରବିବାରଦିନ ସାର୍ବଜନୀନ ହୋଇଥିଲା ।

ଚୀନ ଏବେ ବି ଏହି ସାମରିକ ଘାଟିରେ ନିଜର ଯୁଦ୍ଧ ଜାହାଜ ମୁତୟନ କରି ରଖିଛି । ଭବିଷ୍ୟତରେ ଚୀନ ସହିତ ଯୁଦ୍ଧ ହେଲେ ଏସବୁ ଜାହାଜ ଭାରତୀୟ ନୌସେନା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ।

୨୦୧୭ ରେ ଆମେରିକାର ପ୍ରଶାନ୍ତ ମହାସାଗରୀୟ କମାଣ୍ଡର ମୁଖ୍ୟ ଥିବା ଆଡମିରାଲ ହ୍ୟାରି ହାରିସ୍ ଜୁନିୟର କହିଥିଲେ, ଆଜି ଚୀନକୁ ଭାରତ ମହାସାଗରରେ ରୋକିବାକୁ କେହି ନାହିଁ ।

ଚୀନ ନୌସେନାରେ ଏବେ ୩ଟି ବିମାନବାହକ ଅଛନ୍ତି ଓ ଆଉ କେତେକ ନିର୍ମାଣ କରାଯାଉଛି । ଅନ୍ୟପକ୍ଷେ ଭାରତୀୟ ନୌସେନା ବର୍ତ୍ତମାନ ଦୁଇଟି ବିମାନ ବାହକ, ମେଡ୍-ଇନ୍-ରୁଷିଆ ଆଇଏନ୍ ଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତ ପରିଚାଳନା କରୁଛି ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାଠାରୁ ଅନେକ ମାସ ଦୂରରେ ଅଛି  ।

ସମ୍ବନ୍ଧିତ ଖବର