ନୂଆଦିଲ୍ଲୀ: ୨୮ ଘଣ୍ଟାର ଉଡ଼ାଣ ପରେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ଆଇଏସଏସ)ରେ ପହଞ୍ଚିଛନ୍ତି ଶୁଭାଂଶୁ ଶୁକ୍ଲାଙ୍କ ସହ ୪ ମହାକାଶଚାରୀ । ଅକ୍ସିଅମ-୪ ମିଶନର ଅଂଶ ଭାବେ ଗୁରୁବାର ୪.୧୬ ମିନିଟରେ ଆଇଏସଏସ୍ ସହ ସଫଳ ଡକିଂ କରିଛି ଡ୍ରାଗନ୍ କ୍ୟାପସୁଲ୍। ଆଉ ଡକିଂ ପରେ ୪ ମହାକାଶଚାରୀଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଭବ୍ୟ ସ୍ବାଗତ କରାଯାଇଛି ।
ମହାକାଶ ଷ୍ଟେସନରେ ପହଞ୍ଚିବା ପରେ ଆଇଏସଏସର ସଦସ୍ୟମାନେ ୪ ମହାକାଶଚାରୀଙ୍କୁ କୋଳେଇ ନେଇ ସ୍ବାଗତ କରିଥିଲେ ଏବଂ ସେମାନଙ୍କୁ ମୃଦୁ ପାନୀୟ ପିଇବାକୁ ଦେଇଥିଲେ । ମହାକାଶରେ ଜିରୋ ଗ୍ରାଭିଟି ଥିବାରୁ ମୃଦୁ ପାନୀୟକୁ ଷ୍ଟ୍ର ଲଗାଇ ପିଇଥିଲେ ୪ ମହାକାଶଚାରୀ । ଆଉ ସେଠାରେ ଶୁଭାଂଶୁଙ୍କ କାନ୍ଧରେ ମହାକାଶଚାରୀ ନଂ ୬୩୪ ର ବ୍ୟାଚ୍ ଲଗାଯାଇଛି ।
The #Ax4 crew—commander Peggy Whitson, @ISRO astronaut Shubhanshu Shukla, @ESA astronaut Sławosz Uznański-Wiśniewski, and mission specialist Tibor Kapu—emerges from the Dragon spacecraft and gets their first look at their home in low Earth orbit. pic.twitter.com/5q0RfoSv4G
— NASA (@NASA) June 26, 2025
ତେବେ ଶୁଭାଂଶୁଙ୍କ ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଥିବା ସଦସ୍ୟଙ୍କୁ କହିଥିଲେ ଆପଣମାନଙ୍କ ଭବ୍ୟ ସ୍ବାଗତ ଦେଖି ମତେ ଭାରି ଖୁସି ଲାଗିଲା । ଏହା ମୋ ପାଇଁ ଏବଂ ମୋ ଦେଶ ପାଇଁ ଗର୍ବର କଥା । ସ୍ପେଶ୍ ଷ୍ଟେସନରୁ ଭାରତ ପାଇଁ ବାର୍ତ୍ତା ଦେଇ ଶୁଭାଂଶୁ କହିଛନ୍ତି- ନମସ୍କାର ମୋର ପ୍ରିୟ ଦେଶବାସୀ, ଆପଣମାନଙ୍କ ଆଶୀର୍ବାଦରୁ ମୁଁ ଆସି ଏଠାରେ ସୁରକ୍ଷିତ ପହଞ୍ଚି ପାରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/26/welcome-2025-06-26-22-22-19.jpg)