ଏହି ନୂଆ ନାମରେ ବଜାରକୁ ଆସିବ ‘ଫେୟାର ଆଣ୍ଡ୍ ଲଭଲି’ ଏବଂ ‘ଫେୟାର ଆଣ୍ଡ୍ ହ୍ୟାଣ୍ଡସମ୍’ କ୍ରିମ

ନୂଆଦିଲ୍ଲୀ: ଗତ ୪୫ବର୍ଷ ଧରି ଆପଣମାନେ ବ୍ୟବହାର କରି ଆସୁଥିବା ଫେୟାର ଆଣ୍ଡ ଲଭଲି କ୍ରିମ ଏବେ ଆପଣଙ୍କୁ ବଜାରରେ ଏହି ନାମରେ ମିଳିବ ନାହିଁ । କିଛି ଦିନ ତଳେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ପକ୍ଷରୁ  ଫେୟାର ଆଣ୍ଡ ଲଭଲି କ୍ରିମରୁ ଫେୟାର ଶବ୍ଦ ହଟାଇ ଦିଆଯିବ ବୋଲି କୁହାଯାଇଥିଲା । ଏବେ ୟୁନିଲିଭର କ୍ରିମର ନାମ ପରିବର୍ତ୍ତନ କରି ଏହାର ନାମ ‘ଗ୍ଲୋ ଆଣ୍ଡ ଲଭଲି’ ରଖିଛି । ସେହିଭଳି ପୁରୁଷମାନେ ବ୍ୟବହାର କରୁଥିବା ଫେୟାର ଆଣ୍ଡ ହ୍ୟାଣ୍ଡସମ କ୍ରିମ ଏବେ ‘ଗ୍ଲୋ ଆଣ୍ଡ ହ୍ୟାଣ୍ଡସମ’ ନାମରେ ବଜାରକୁ ଆସିବ ।

Fair & Lovely Decides To Remove The Word 'Fair' In A Major Re ...
Mumbai Live

ସୂଚନା ମୁତାବକ, ନାଁ ପରିବର୍ତ୍ତନକୁ ନେଇ ପୂର୍ବରୁ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ସ୍ପଷ୍ଟ କରିଥିଲା ଯେ, ଟୁଇଟ୍ କରି ହିନ୍ଦୁସ୍ତାନ ୟୁନିଲିଭର୍‌ ଗତକାଲି କହିଥିଲା ଯେ : ସୌନ୍ଦର୍ଯ୍ୟର ବିବିଧତା ଅଭିବାଦନ ଜଣାଇ ସବୁ ବର୍ଣ୍ଣର ତ୍ବଚାର ଯତ୍ନ ନିମନ୍ତେ ଆମେ ପ୍ରତିବଦ୍ଧ। ସେହି କାରଣରୁ ଆମେ ଉତ୍ପାଦରୁ ‘ଫେୟାର୍‌ନେସ୍’, ‘ହ୍ବାଇଟେନିଙ୍ଗ୍’ ଓ ‘ଲାଇଟେନିଙ୍ଗ୍’ ଆଦି ଶବ୍ଦ ଉଠାଇ ଦିଆଯାଇ ‘ଫେୟାର୍ ଆଣ୍ଡ୍ ଲଭ୍‌ଲି’ର ବ୍ରାଣ୍ଡ୍‌ ନେମ୍ ପରିବର୍ତ୍ତନ କରାଯିବ।

ସମ୍ବନ୍ଧିତ ଖବର